ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ୭ ଦିନିଆ ରିମାଣ୍ଡରେ ଗଲା ପୀଡ଼ିତାଙ୍କ ପୁରୁଷ ବନ୍ଧୁ, ଅଭିଯୁକ୍ତଙ୍କର ହେବ ମିଛ ଧରା ପରୀକ୍ଷା

New Project (4)

କୋଲକାତା: ଦୁର୍ଗାପୁରରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ରିମାଣ୍ଡରେ ନେଲା ପୋଲିସ । ୭ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ପୁରୁଷ ବନ୍ଧୁ । ୧୦ ଦିନିଆ ରିମାଣ୍ଡ ଆବେଦନ ପୋଲିସ କରିଥିବା ବେଳେ ୭ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ତେବେ ଗତକାଲି ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧିଥିଲା ପୋଲିସ । ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ପୀଡିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଥିଲା ।

New Project

ଗଣଦୁଷ୍କର୍ମ ଘଟଣାରେ ପୁରୁଷବନ୍ଧୁଙ୍କ ସମେତ ୬ ଜଣଙ୍କୁ ରିମାଣ୍ଡରେ ନେଇ ଖୋଳତାଡ କରୁଛି ଦୁର୍ଗାପୁର ପୋଲିସ ।  ଶୁକ୍ରବାର ରାତିରେ ପ୍ରକୃତରେ କଣ ଘଟିଥିଲା ତାର ସମ୍ପୂର୍ଣ୍ଣ ତଥ୍ୟ ହାସଲ ପାଇଁ ପଚରାଉଚୁରା କରିବ ପୋଲିସ ।  ଏଥିସହ ଅଭିଯୁକ୍ତ ଓ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କର ମଧ୍ୟ ମିଛ ଧରା ପରୀକ୍ଷା କରିବାକୁ ଯୋଜନା କରାଯାଇଛି । ଦିନ ଗଡିବା ସହ ଦୁର୍ଗାପୁର  ଗଣଦୁଷ୍କର୍ମ ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି ।  ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ଏପର୍ଯ୍ୟନ୍ତ ୬ ଜଣଙ୍କୁ ପୋଲିସ ବାନ୍ଧିବା ପରେ ବି ଛାତ୍ରୀଙ୍କ ସହ କଣ ଘଟିଥିଲା ତା ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇ ପାରିନି ଦୁର୍ଗାପୁର ପୋଲିସ୍ । 

ତେବେ ଆଜି ପୁରୁଷ ବନ୍ଧୁ ୱାସିଫ୍ ଅଲ୍ଲୀକୁ ୭ଦିନିଆ ରିମାଣ୍ଡରେ ନିଆଯିବା ପରେ ଘଟଣାର ରହସ୍ୟ ଫିଟିପାରେ ତାସହ ରିମାଣ୍ଡ ସମୟରେ ସମସ୍ତ ଅଭିଯୁକ୍ତଙ୍କର ମିଛ ଧରା ପରୀକ୍ଷା କରାଯିବ ।  ତାପରେ ପୂରା ଘଟଣା ସାମନାକୁ ଆସିବ।  ପୀଡିତା ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଯେତେ ଶୀଘ୍ର ଡାକ୍ତର ଡିସଚାର୍ଜ କରିଦେବେ ସେତେଶୀଘ୍ର ଝିଅକୁ ଘରକୁ ନେଇ ଯିବେ ବୋଲି କହିଛନ୍ତି ବାପା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe