ପାଟି କରିବୁ ତ ଆହୁରି ଲୋକ ଆସିବେ ଦୁଷ୍କର୍ମ କରିବେ... ପୀଡ଼ିତା କହିଲେ କାଳ ରାତିର କରୁଣ କାହାଣୀ

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା: ପୁଲିସ ଘଟଣାସ୍ଥଳକୁ ଅଭିଯୁକ୍ତମାନଙ୍କୁ ନେଇ ସିନ୍ ରିକ୍ରିଏସନ କରିଛି। ଘଟଣା ଦିନ କ’ଣ ହୋଇଥିଲା, କିଏ କିଏ ଥିଲେ, ସେସବୁ ଗୋଟିଗୋଟି କରି ଦେଖାଇଥିଲେ ଅଭିଯୁକ୍ତ। 

Untitled-34

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜ ନିକଟରେ ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଝଡ଼ ସୃଷ୍ଟି କରିଛି। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାରେ ସମ୍ପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ଗିରଫ କରିଛି।

ମଙ୍ଗଳବାର ଦିନ ପୁଲିସ ଘଟଣାସ୍ଥଳକୁ ଅଭିଯୁକ୍ତମାନଙ୍କୁ ନେଇ ସିନ୍ ରିକ୍ରିଏସନ କରିଛି। ଘଟଣା ଦିନ କ’ଣ ହୋଇଥିଲା, କିଏ କିଏ ଥିଲେ, କେମିତି କ’ଣ ହୋଇଥିଲା। ସେସବୁ ଗୋଟିଗୋଟି କରି ଦେଖାଇଥିଲେ ଅଭିଯୁକ୍ତ। 

ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଶେଖ ରିଆଜୁଦ୍ଦିନ ଏବଂ ଶେଖ ନାସିରୁଦ୍ଦିନଙ୍କୁ ଜେରା କରିବା ପରେ ଉଭୟଙ୍କୁ ବିଜରା ଗାଁକୁ ନିଆଯାଇଥିଲା। ଅଭିଯୁକ୍ତ ଶଫିକ୍ ଶେଖଙ୍କୁ ତାଙ୍କ ଭଉଣୀ ରୋଜିନା ଶେଖଙ୍କ ସହାୟତାରେ ଗିରଫ କରାଯାଇଛି।
ଦୁଷ୍କର୍ମ ଘଟଣାକୁ କେନ୍ଦ୍ର କରି ଏକାଧିକ ଗ୍ରାମବାସୀଙ୍କୁ ପୁଲିସ ପରଚାଉଚରା କରୁଛୁ। ଘଟଣାସ୍ଥଳରୁ କିଛି ପ୍ରମାଣ ମିଳିଛି। ଯାହାକି ତଦନ୍ତରେ ସାହାଯ୍ୟ କରିବ। ଘଟଣା ସହିତ ଆଉ କାହାର ସମ୍ପର୍କ ଅଛି ନା ନାହିଁ ସେ ନେଇ ଛାନବିନ ଜାରି ରଖିଛି ପୁଲିସ।

ପୀଡ଼ିତା ଡାକ୍ତରଙ୍କ ସାମ୍ନାରେ ସେ କାଳ ରାତିର କରୁଣ କାହାଣୀ ବଖାଣି କହିଛନ୍ତି, "ମୁଁ କିଛି ଲୋକଙ୍କୁ ଆମ ଆଡକୁ ଆସୁଥିବାର ଦେଖିବାକୁ ପାଇଥିଲି। ମୋତେ କିଛି ଠିକ ଲାଗି ନଥିଲା। ମୁଁ ମୋ ବନ୍ଧୁଙ୍କୁ ଧରି ଦୌଡ଼ିବାକୁ ଲାଗିଥିଲି। ଏହି ସମୟରେ ତିନିଜଣ ଯୁବକ ଆମ ପଛେପଛେ ଦୌଡ଼ି ଆସି ମୋତେ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲେ।ମୋତେ ପଛରୁ ଧକ୍କା ଦେଇ କାବୁ କରି ନେଇଥିଲେ। ଏହାପରେ ସେମାନେ ମୋ ଫୋନ୍ ଛଡ଼ାଇ ନେଇଥିଲେ।

ଲାଉଡସ୍ପିକର ଦେଇ ଫୋନ କରି ମୋ ବନ୍ଧୁଙ୍କୁ ଡାକିବାକୁ କହିଥିଲେ। ମୁଁ ସେମାନଙ୍କ କହିବା ଅନୁସାରେ ମୋ ବନ୍ଧୁଙ୍କୁ ଫୋନ ବି କରିଥିଲି। କିନ୍ତୁ ସେ ଆସି ନଥିଲେ। ଏହାପରେ ସେମାନେ ମୋ ଅସହାୟ ଅବସ୍ଥାର ଫାଇଦା ଉଠାଇବାକୁ ଯାଇ ଜୋରଜବରଦସ୍ତ ଧକ୍କା ଦେଇ ତଳେ ପକାଇ ଦେଇଥିଲେ। ଯେତେବେଳେ ମୁଁ ଚିତ୍କାର କଲି, ସେମାନେ କହିଲେ  ଯଦି ମୁଁ ଚିତ୍କାର କରେ ଆହୁରି ଲୋକ ଆସିବେ ଦୁଷ୍କର୍ମ କରିବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe