ଅମୃତସର ରେଳ ଦୁର୍ଘଟଣା: ରେଳ ଧରଣା ପାଖରେ ମେଳା ଓ ରାବଣ ପୋଡ଼ି ପାଇଁ ଅନୁମତି ମିଳିଥିବା ନେଇ ଦୁଇଟି ଚିଠି ଜାରି କଲା ଦଶହରା କମିଟି

Advertisment
ଅମୃତସର ରେଳ ଦୁର୍ଘଟଣା: ରେଳ ଧରଣା ପାଖରେ ମେଳା ଓ ରାବଣ ପୋଡ଼ି ପାଇଁ ଅନୁମତି ମିଳିଥିବା ନେଇ ଦୁଇଟି ଚିଠି ଜାରି କଲା ଦଶହରା କମିଟି

ନୂଆଦିଲ୍ଲୀ: ଗତକାଲି ଅମୃତସର ରେଳ ଦୁର୍ଘଟଣାରେ ଆଖି ପିଛୁଳାକେ ୬୦ଜଣଙ୍କ ଲୋକ ଜୀବନ ହରାଇଛନ୍ତି  । ତେବେ ଏହି ଦୁର୍ଘଟଣା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରେଳ ଧାରଣା ପାଖରେ ମେଳାର ଆୟୋଜନ ଓ ରାବଣ ପୋଡ଼ି କରିବାର ଅନୁମତି କେମିତି ମିଳିଲା? ଆୟୋଜନ ସମିତି ଏ ନେଇ ଅନୁମତି ନେଇ ଥିଲା କି ନାହିଁ? ଏହାର ଉତ୍ତରରେ ସ୍ଥାନୀୟ ଦଶହରା କମିଟି ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ଜାରି କରାଯାଇଥିବା ଦୁଇଟି ଦସ୍ତାବିଜ୍‌ରେ ଗୋଟିଏ ପୁଲିସକୁ ଲେଖାଯାଇଥିବା ପତ୍ର ଓ ଅନ୍ୟଟି ପୁଲିସ ଦ୍ୱାରା ଦିଆଯାଇଥିବା ଏନ୍‌ଓସି ରହିଛି।

ସୂଚନାଯୋଗ୍ୟ, ଦଶହରା କମିଟିକୁ ରେଳ ଧାରଣା ପାଖରେ ରାବଣ ପୋଡ଼ି ଓ ମେଳାର ଆୟୋଜନ କରିବାର ଅନୁମତି ମିଳିଥିଲା ବୋଲି ପ୍ରମାଣ କରିବାକୁ ସମିତି ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ପ୍ରଥମ ଚିଠିରେ କିମିଟି ତରଫରୁ ଅମୃତସରର ଧୋବି ଘାଟରେ ମେଳା ଲାଗିବା ପାଇଁ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପୁଲିସକୁ ଦିଆଯାଇଥିବା ଆବେଦନ ପତ୍ର ରହିଛି। ଦ୍ୱିତୀୟ ଚିଠିଟି ଏଏସ୍‌ଆଇ ଦଲଜିତ ସିଂହଙ୍କ ପକ୍ଷରୁ ଦିଆଯାଇଥିବା ଅନୁମତି ପତ୍ର।  ଏହାକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି  ଚିଠିରେ ଲେଖାରହିଛି। ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ରେଳ ଧାରଣା ପାଖରେ ମେଳାର ଆୟୋଜନ କରିବା ପାଇଁ ପୁଲିସ ତରଫରୁ ସମ୍ପୂର୍ଣ୍ଣ ଅନୁମତି ଦିଆଯାଇଥିଲା।

publive-image

ଅନ୍ୟପକ୍ଷରେ ଭାରତୀୟ ରେଳ ଅମୃତସର ରେଳଦୁର୍ଘଟଣା ଲାଗି ମୃତାହତଙ୍କୁ କୌଣସି କ୍ଷତିପୂରଣ ଦେବ ନାହିିଁ। କାରଣ ଏହା ଏକ ଅଘଟଣ,ରେଳ ଦୁର୍ଘଟଣା ନୁହେଁ। ଅମୃତସର ଭଳି ଦୁର୍ଘଟଣା ସଂପର୍କରେ ରେଳ ଦୁର୍ଘଟଣା ତାଲିକାରେ ଉଲ୍ଲେଖ ନାହିଁ ବୋଲି ସୂଚନା ଦେଇଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା।

ଏଥିସହ ସେ ଘୋଷଣା କରିସାରିଛନ୍ତି କି ଅମୃତସର ଦୁର୍ଘଟଣାର ତଦନ୍ତ କରିବାର ଆବଶ୍ୟକତା ନାହିଁ। ସେ କହିଛନ୍ତି, ଡ୍ରାଇଭରମାନଙ୍କୁ ଆଗରୁ ନିର୍ଦ୍ଧଷ୍ଟ ସୂଚନା ଦିଆଯାଇ ନଥାଏ କି କେଉଁଠାରେ ଟ୍ରେନର ବେଗ ଧିମା କରାଯିବ ଓ କେଉଁଠାରେ ବେଗ ଅଧିକ ରହିବ। ଯେଉଁଠାରେ ଦୁର୍ଘଟଣା ହେଲା, ସେଠାରେ ଏକ ବୁଲାଣି ଥିବାରୁ ଡ୍ରାଇଭରଙ୍କୁ ଲୋକଙ୍କ ଉପସ୍ଥିତି ଦୃଶ୍ୟମାନ ହୋଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe