ବେଜିଂରେ ଧୂଳିଝଡ଼, ବାୟୁମଣ୍ଡଳ ଅଶାନ୍ତ

Advertisment
ବେଜିଂରେ ଧୂଳିଝଡ଼, ବାୟୁମଣ୍ଡଳ ଅଶାନ୍ତ

ବେଜିଂ : ଚୀନ୍ ରାଜଧାନୀ ବେଜିଂରେ ପ୍ରବଳ ଧୂଳିଝଡ଼ ପରିବେଶକୁ ଅଶାନ୍ତ କରିଦେଇଛି। ଏହା ହେଉଛି ଏ ମାସରେ ସଂଘଟିତ ତୃତୀୟ ଧୂଳିଝଡ଼। ଏମିତିରେ ମାତ୍ରାଧିକ ଶିଳ୍ପକାରଖାନା ଯୋଗୁ ମହାନଗରୀ ସବୁବେଳେ ପ୍ରଦୂଷିତ ଅବସ୍ଥାରେ ରହୁଥିବା ବେଳେ ଧୂଳିଝଡ଼ ଯୋଗୁ ଛୋଟବଡ଼ ଧୂଳିକଣା ବାୟୁମଣ୍ଡଳରେ ଉଡ଼ିବୁଲି ଅଣନିଃଶ୍ବାସୀ ଅବସ୍ଥା ସୃଷ୍ଟି କରିଛି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ କବାଟ ବନ୍ଦ କରି ଘର ଭିତରେ ରହିବ‌ାକୁ ପରାମର୍ଶ ଦିଆଯାଇଛି।

ଆଗରୁ କୋଭିଡ୍ ଲକ୍‌ଡାଉନ୍ ଯୋଗୁ ରାସ୍ତାଘାଟ ଜନଶୂନ୍ୟ ରହୁଥିବା ବେଳେ ବର୍ତ୍ତମାନ ପ୍ରଦୂଷିତ ବାୟୁ ଓ ଧୂଳିଝଡ଼ ଯୋଗୁ ସମାନ ଅବସ୍ଥା ସୃଷ୍ଟି ହୋଇଛି। ଯେଉଁମାନେ ବାଧ୍ୟବାଧକତାରେ ବାହାରକୁ ଯାଉଛନ୍ତି, ମୁହଁରେ ମାସ୍କ ଓ ଆଖିରେ ବଡ଼ଚଷମା ପିନ୍ଧି ଯାଉଛନ୍ତି। ଘରଦ୍ବାର, ଗାଡ଼ିଘୋଡ଼ା, ଗଛପତ୍ର ସବୁ ଉପରେ ଆଙ୍ଗୁଳେ ବହଳ ହଳଦିଆ ଆସ୍ତରଣ ପଡ଼ିଯାଇଛି। ଆକାଶ ଧୂଆଁଳିଆ ହୋଇଯାଇଛି, ଯେଉଁଥିରେ ମୁହଁକୁ ମୁହଁ ଦେଖାଯିବା କଷ୍ଟକର ହେଉଛି। ୨୦୧୭ ମସିହାରୁ ଏହା ବାୟୁମଣ୍ଡଳର ସବୁଠାରୁ ଖରାପ ଅବସ୍ଥା ବୋଲି ବେଜିଂ ପରିବେଶ ମନିଟରିଂ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe