ନୂଆଦିଲ୍ଲୀ: ରାଜସ୍ଥାନର ସାଓ୍ଵାଇ ମାଧପୁର ଜିଲ୍ଲାରେ ଏକ ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିବା ଫଳରେ ଜଣେ ୫୪ ବର୍ଷୀୟ ଡଚ୍ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଯାଇଛି। ନେଦରଲାଣ୍ଡର ଏରିକ୍ ଜୋହାନେସ ଏବଂ ତାଙ୍କ ବ୍ରିଟେନ୍ ବନ୍ଧୁ ଗତକାଲି ସାଓ୍ଵାଇ ମାଧପୁର ଆସିଥିଲେ। ସେମାନେ ଆଗ୍ରା ଯିବା ପାଇଁ ଏକ ଟ୍ରେନ୍ ଧରିଥାନ୍ତେ, କିନ୍ତୁ ଭୁଲ୍ବଶତଃ ସେମାନେ ନୂଆଦିଲ୍ଲୀ ଯାଉଥିବା ଜନ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ୍ରେ ଚଢ଼ିଯାଇଥିଲେ। ତେବେ ପରେ ସେମାନେ ଭୁଲ୍ ଟ୍ରେନ୍ର ଚଢ଼ିଯାଇଛନ୍ତି ବୋଲି ଜାଣିବା ପରେ ଉଭୟ ଟ୍ରେନ୍ରୁ ଡେଉଁ ପଡ଼ିଥିଲେ। ଏଥିରେ ଜୋହାନେସଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବନ୍ଧୁ ସୁରକ୍ଷିତ ଅଛନ୍ତି।
ଟ୍ରେନ୍ରୁ ଡେଇଁ ଡଚ୍ ପର୍ଯ୍ୟଟକଙ୍କ ମୃତ୍ୟୁ
Advertisment
Follow Us