ଦିଲ୍ଲୀ ଅଗ୍ନିକାଣ୍ଡରେ ଫସିଥିବା ବନ୍ଧୁଙ୍କର ଏହା ଥିଲା ଶେଷ କଥା...ମୃତ୍ୟୁକୁ ସାମ୍ନାରେ ଦେଖି ବନ୍ଧୁଙ୍କୁ କରିଥିଲେ ଏପରି ନିବେଦନ

ଦିଲ୍ଲୀ ଅଗ୍ନିକାଣ୍ଡରେ ଫସିଥିବା ବନ୍ଧୁଙ୍କର ଏହା ଥିଲା ଶେଷ କଥା...ମୃତ୍ୟୁକୁ ସାମ୍ନାରେ ଦେଖି ବନ୍ଧୁଙ୍କୁ କରିଥିଲେ ଏପରି ନିବେଦନ

ନୂଆଦିଲ୍ଳୀ: ରବିବାର ସକାଳେ ରାଜଧାନୀର ରାଣୀ ଝାନ୍‌ସୀ ମାର୍ଗସ୍ଥିତ ଗୋଟାଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଅଗ୍ନିକାଣ୍ଡ ଘଟି ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକମାନଙ୍କ ମଧ୍ୟରୁ ଜଣେ ଥିଲେ ମହମ୍ମଦ ମୁସାରଫ୍‌(୩୪)। ସେ ମୃତ୍ୟୁ ପୂର୍ବରୁ ଶେଷ କଲ୍‌ କରିଥିଲେ ଉତ୍ତରପ୍ରଦେଶର ତାଙ୍କ ବନ୍ଧୁ ମୋନୁ ଅଗ୍ରୱାଲ୍‌ଙ୍କୁ। ସେ ମୃତ୍ୟୁ ପୂର୍ବରୁ ତାଙ୍କ ବନ୍ଧୁଙ୍କୁ ଯାହା କହି ଯାଇଛନ୍ତି ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ।

ଅଗ୍ରୱାଲ୍‌ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ‘ମହମ୍ମଦ ଶେଷ ଥର କଥା ହେଲା ବେଳେ କହିଥିଲା କି ମୋ ପରିବାରର ଯତ୍ନ ନେବୁ। ମୁଁ ଆଉ ବଞ୍ଚିବି ନ‌ାହିଁ।’ ଭୋର୍‌ ପ୍ରାୟ ୫ଟାରେ ଦୁଇ ବନ୍ଧୁ ଟେଲିଫୋନ୍‌ରେ ଏହି କଥା ହୋଇଥିଲେ। ଉଭୟ ଉୟଭଙ୍କୁ ପିଲାଟିଦିନରୁ ଜାଣନ୍ତି। ତାଙ୍କ ଘର ଉତ୍ତରପ୍ରଦେଶରେ।

publive-image India Today

ଏପରି କଥା ହେବା ସମୟରେ ମହମ୍ମଦକୁ ପିଲାଦିନର ବନ୍ଧୁ ମୋନୁ କହିଥିଲେ, ‘ଆଶା ହାରେନି। ଆବଶ୍ୟକ ପଡ଼ିଲେ ତଳକୁ ଡେଇଁ ପଡ଼।’ ମାତ୍ର କିଛି ଲାଭ ହୋଇନଥିଲା। ବନ୍ଧୁଙ୍କ ସହ କଥା ହୋଇ ହୋଇ ନିଆଁରେ ଜଳି ଜୀବନ ଯୁଦ୍ଧରେ ହାରି ଯାଇଥିଲେ ମହମ୍ମଦ। ମହମ୍ମଦ ମୁସାରଫ୍‌ଙ୍କର ୩ ଝିଅ ଓ ଜଣେ ପୁଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe