ଇ-ଶ୍ରମ ପୋର୍ଟାଲରେ ଓଡ଼ିଶାରୁ ୧,୨୬,୯୫,୮୩୮

Advertisment

ପଞ୍ଜୀକରଣରେ ଚତୁର୍ଥ ସ୍ଥାନରେ ଓଡ଼ିଶା, ସାରା ଦେଶରୁ ୧୭ କୋଟିରୁ ଅଧିକ ଶ୍ରମିକ ପଞ୍ଜୀକୃତ

ପଞ୍ଜୀକରଣରେ ଚତୁର୍ଥ ସ୍ଥାନରେ ଓଡ଼ିଶା, ସାରା ଦେଶରୁ ୧୭ କୋଟିରୁ ଅଧିକ ଶ୍ରମିକ ପଞ୍ଜୀକୃତ

ଅଣସଂଗଠିତ କ୍ଷେତ୍ରର ୧.୩୨ କୋଟି ଶ୍ରମିକ ପଂଜୀକୃତ

Scroll.in

ନୂଆଦିଲ୍ଲୀ : ଦେଶରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପଞ୍ଜୀକରଣ ଲାଗି ଆରମ୍ଭ ହୋଇଛି ଇ-ଶ୍ରମ ପୋର୍ଟାଲ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ ଅଗଷ୍ଟ ୨୬ରେ ଏହି ପୋର୍ଟାଲକୁ ଉନ୍ମୋଚନ କରାଯାଇଥିଲା। ଏଥିରେ ଶ୍ରମିକମାନଙ୍କ ପଞ୍ଜୀକରଣ ବେଶ୍‌ ଉତ୍ସାହପ୍ରଦ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶର ୧୭.୫ କୋଟି ଶ୍ରମିକ ପଞ୍ଜୀକୃତ ହୋଇସାରିଲେଣି। ଓଡ଼ିଶାର ୧ କୋଟି ୨୬ ଲକ୍ଷ ୯୫ ହଜାର ୮୩୮ ଶ୍ରମିକ ମଧ୍ୟ ଏଥିରେ ପଞ୍ଜୀକୃତ ହୋଇଛନ୍ତି। ପଞ୍ଜୀକରଣରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି।

ପଞ୍ଜୀକୃତ ଶ୍ରମିକମାନଙ୍କ ମଧ୍ୟରୁ ସର୍ବାଧିକ ଯୁବ ବର୍ଗର। ୬୧.୨୭ ପ୍ରତିଶତ ଶ୍ରମିକଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ। ଶ୍ରମିକମାନଙ୍କ ମଧ୍ୟରେ ଅଛନ୍ତି ୪୪.୪୮ ପ୍ରତିଶତ ଓବିସି, ୨୫.୮୮ ପ୍ରତିଶତ ସାଧାରଣ ବର୍ଗ , ୨୨.୨୬ ପ୍ରତିଶତ ଅନୁସୂଚିତ ଜାତି ଓ ୭.୩୯ ପ୍ରତିଶତ ଅନୁସୂଚିତ ଜନଜାତି। ଉତ୍ତରପ୍ରଦେଶ ସରକାର ପଞ୍ଜୀକୃତ ଶ୍ରମିକମାନଙ୍କୁ ପ୍ରତି ମାସରେ ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା ପରେ ‌ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣର ସୁଅ ଛୁଟିଛି।

ଉତ୍ତରପ୍ରଦେଶରୁ ସର୍ବାଧିକ ୫.୭୨ କୋଟି ବର୍ତ୍ତମାନ ସୁଦ୍ଧା ଇ- ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇସାରିଛନ୍ତି। ଏହି କ୍ଷେତ୍ରରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ଦ୍ବିତୀୟ ସ୍ଥାନରେ ରହିଛି ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗରୁ ୨.୩୩ କୋଟି ପଞ୍ଜୀକୃତ ହୋଇଥିବା ବେଳେ ୧.୫୪ କୋଟି ପଞ୍ଜୀକରଣ ସହ ବିହାର ତୃତୀୟ ସ୍ଥାନରେ ରହିଛି। ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ଫଳରେ ପ୍ରବାସୀ ଶ୍ରମିକମାନେ ବିଭିନ୍ନ ସାମାଜିକ ସୁରକ୍ଷା ଓ ନିଯୁକ୍ତି ଭିତ୍ତିକ ଯୋଜନାର ଲାଭ ପାଇପାରିବେ। ପଞ୍ଜୀକରଣ ପରେ ସେମାନଙ୍କୁ ଇ-ଶ୍ରମ କାର୍ଡ ମିଳିବ। ଏହି କାର୍ଡ ମାଧ୍ୟମରେ ସେମାନେ ଦେଶର ଯେ କୌଣସି ସ୍ଥାନରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ପ‌ାଇପାରିବେ। ପଞ୍ଜୀକୃତ ଶ୍ରମିକମାନେ ଦୁର୍ଘଟଣା ପାଇଁ ଦୁଇ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ଏକ ଲକ୍ଷ ଟଙ୍କାର ସହାୟତା ବୀମା ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe