ପାର୍କରେ ଖେଳୁଥିବା ବେଳେ ଶିଶୁକୁ ଟେକି ନେଉଥିଲା ଚିଲ; ଏପରି ବଞ୍ଚିଲା ଜୀବନ

Advertisment
ପାର୍କରେ ଖେଳୁଥିବା ବେଳେ ଶିଶୁକୁ ଟେକି ନେଉଥିଲା ଚିଲ; ଏପରି ବଞ୍ଚିଲା ଜୀବନ

ନୂଆଦିଲ୍ଲୀ: ଚିଲ ଆଖି ବହୁତ ତୀକ୍ଷ୍ଣ ହୋଇଥାଏ। ଚିଲ ୫୦୦ ଫୁଟ ଦୂରରୁ ମଧ୍ୟ ତାର ଶିକାରକୁ ଦେଖିପାରେ ବୋଲି କୁହାଯାଏ। ଏହାର ଡେଣା ଏତେ ଶକ୍ତିଶାଳୀ ହୋଇଥାଏ ଯେ ଏହା ପ୍ରାୟ ୬ କିଲୋଗ୍ରାମ ଓଜନକୁ ଟେକି ସେ ଉଡ଼ା ଯାଇପା‌ରେ। ପ୍ରାୟତଃ ଆପଣ ନିଶ୍ଚୟ ଚିଲକୁ ଛୋଟ ପ୍ରାଣୀ ଏବଂ ମାଛ ଶିକାର କରି ଆକାଶକୁ ଉଡ଼ି ଯାଉଥିବା ଦେଖିଥିବେ। କିନ୍ତୁ ନିକଟରେ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ  ଚିଲକୁ ଏକ ଛୋଟ ପିଲାକୁ ଟେକି ନେଉଥିବା ଦେଖିବାକୁ ମିଳୁଛି। ଆଉ ଏ ଦୃଶ୍ୟ ଦେଖି ଶିଶୁର ପିତା ଭୟଭୀତ ହୋଇ ଦୌଡ଼ିବାକୁ ଲାଗୁଛନ୍ତି। କିନ୍ତୁ ସୌଭାଗ୍ୟବଶତଃ ଚିଲ ଶିଶକୁ ନେବାରେ ସଫଳ ହୋଇ ନଥିଲା।

View this post on Instagram

A post shared by طبیعت (@nature27_12)

ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଛୋଟ ପିଲା ତାର ବାପାଙ୍କ ସହିତ ପାର୍କରେ ଖେଳିବାକୁ ଆସିଛି । କିଛି ସମୟ ପାଇଁ ଉକ୍ତ ଶିଶୁର ବାପା ପାଖରେ ଥିବା ଏକ ବ୍ୟାଗରୁ କୌଣସି ଏକ ସାମଗ୍ରୀ ଖୋଜୁଛନ୍ତି। ଏହି ସମୟରେ ଆକାଶରୁ ତଳକୁ ଖସି ଆସି ଏକ ଚିଲ ଶିଶୁକୁ ଧରି ଉଡ଼ି ଯାଉଥିଲା। ଏହି ସମୟରେ ଶିଶୁର ବାପା ଚିଲ ପଛେପଛେ ଦୌଡ଼ୁଥିଲେ। ଭୟରେ ଚିଲ ଶିଶୁକୁ ତଳେ ପକାଇ ପୁଣି ଆକାଶକୁ ଉଡ଼ି ଯାଇଥିଲା। ଏହି ଘଟଣାର ଦୃଶ୍ୟକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ସ୍ତବ୍ଧ ହୋଇଯାଇଥିଲେ। ଥରେ ଭାବି ଦେଖନ୍ତୁ ତ ଶିଶୁକୁ ଯଦି ଚିଲ ଟେକି ନେଇ ଥାଆନ୍ତା ତେବେ ଅବସ୍ଥା କ’ଣ ହୋଇଥାଆନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe