Image Courtesy of Zee News
ମେଲ୍ବର୍ଣ୍ଣ: ଶୁକ୍ରବାର ଦିନ ‘କ୍ବାଡ୍’ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ମାରିଜ୍ ପାଏନ୍ଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ବିରାଟ କୋହଲି ଦସ୍ତଖତ କରିଥିବା ବ୍ୟାଟ୍ ଉପହାର ଦେଇଛନ୍ତି।
ଆଜି ପାଏନ୍ଙ୍କ ସହ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର କହିଛନ୍ତି, ‘କ୍ବାଡ୍’ର ସକାରାତ୍ମକ ଅବଦାନକୁ କେହି ସନ୍ଦେହ କରିବା ଅନୁଚିତ। ସେ ଏବଂ ଆଉ ୩ଟି ରାଷ୍ଟ୍ରର ବୈଦେଶିକମନ୍ତ୍ରୀମାନେ ପ୍ରଖ୍ୟାତ ମେଲ୍ବର୍ଣ୍ଣ କ୍ରିକେଟ୍ ପଡ଼ିଆ ଗସ୍ତ ସମୟରେ ହୋଇଥିବା ପ୍ରମୁଖ ଅଗ୍ରଗତି ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସେଠାରେ ତାଙ୍କ ସହ ଥିଲେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ଜାପାନୀ ବୈଦେଶିକ ମନ୍ତ୍ରୀ ହାୟାଶି ୟୋଶିମାସା।
Image Courtesy of Zee Newsସୂଚନାଯୋଗ୍ୟ, ୨୦୧୭ ନଭେମ୍ବରରେ ଭାରତ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅଷ୍ଟ୍ରେଲିଆ ‘କ୍ବାଡ୍’ ଗଠନ ନିମନ୍ତେ ଦୀର୍ଘ ଦିନରୁ ପଡ଼ି ରହିଥିବା ପ୍ରସ୍ତାବକୁ ରୂପ ଦେଇଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ‘ଇଣ୍ଡୋ-ପେସିଫିକ୍’ ଅଞ୍ଚଳରେ ଥିବା ଜଟିଳ ସାମୁଦ୍ରିକ ପଥକୁ ମୁକ୍ତ ଓ ପ୍ରଭାବଶୂନ୍ୟ କରିବା ସହ ସେ ଅଞ୍ଚଳରେ ଚୀନାର ବର୍ଦ୍ଧିଷ୍ଣୁ ସାମରିକ ଉପସ୍ଥିତିକୁ ପ୍ରତିହତ କରିବା।
Follow Us