ଶକ୍ତିଶାଳୀ ସୌରଶିଖା ଦ୍ବାରା ପ୍ରଭାବିତ ପୃଥିବୀ, ବେତାର ଯୋଗାଯୋଗ ପ୍ରଭାବିତ

Advertisment
ଶକ୍ତିଶାଳୀ ସୌରଶିଖା ଦ୍ବାରା ପ୍ରଭାବିତ ପୃଥିବୀ, ବେତାର ଯୋଗାଯୋଗ ପ୍ରଭାବିତ

Science ABC

ନୂଆଦିଲ୍ଲୀ: ‌ସୌରମଣ୍ଡଳରେ ଶକ୍ତିଶାଳୀ ବିସ୍ଫୋରଣ ଯୋଗୁ ମାର୍ଚ୍ଚ ୨୯ରୁ ସୌରଶିଖା ଉଠି ପୃଥିବୀର ବାୟୁମଣ୍ଡଳର ଉପରିଭାଗକୁ ଆୟନୀକୃତ (ଯୁକ୍ତ ଓ ବିଯୁକ୍ତ କଣିକାଯୁକ୍ତ) କରିଦେଇଛି। ଫଳରେ ଦକ୍ଷିଣ-ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ରେଡିଓ ଓ ଟିଭି ପ୍ରସାରଣ ବ୍ୟାହତ ହୋଇଛି। ରେଡିଓ ତରଙ୍ଗ ସଙ୍କେତ ଉପରେ ନିର୍ଭରଶୀଳ ମୋବାଇଲ ଓ ଇଣ୍ଟରନେଟ୍ ମଧ୍ୟ ଅଚଳ ହୋଇଯାଇଛି। ନାସାର ସୂଚନା ଅନୁସାରେ, ସୂର୍ଯ୍ୟମଣ୍ଡଳର ଦକ୍ଷିଣପଶ୍ଚିମ ପୃଷ୍ଠଦେଶରେ ଥିବା ସନ୍‌ସ୍ପଟ୍ (ସୌର କଳଙ୍କ) ଏଆର୍‌୩୨୫୬ରୁ ଏହି ସୌରଶିଖା (ଫ୍ଲେୟାର) ଉଠିଛି। ନାସାର ସୋଲାର ଡାଇନାମିକ୍ସ ପର୍ଯ୍ୟବେକ୍ଷଣାଗାର ପକ୍ଷରୁ ଏହାର ଫଟୋ ଉତ୍ତୋଳନ କରାଯାଇଛି। ଏହି ସୌରଶିଖାକୁ ଏକ୍ସ୧.୨ ଫ୍ଲେୟାର ବୋଲି ବର୍ଗୀକୃତ କରାଯାଇଛି। ଅତି ଭୀଷଣ ସୌରଶିଖା ଏକ୍ସ ଶ୍ରେଣୀର ଅନ୍ତର୍ଗତ ହୋଇଥାଏ। ସୌରଶିଖା ବେତାର ଯୋଗାଯୋଗ, ଇଲେକ୍ଟ୍ରିକ୍ ପାୱାର ଗ୍ରିଡ୍ ଓ ନେଭିଗେସନ ସିଗ୍ନାଲ ଆଦିକୁ ପ୍ରଭାବିତ କରିଥାଏ। ମହାକାଶ ଯାନ ଓ ମହାକାଶଚାରୀଙ୍କ ପ୍ରତି ଏହା ବିପଦ ସୃଷ୍ଟି କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe