ଇରାନ-ଇରାକ ସୀମାରେ ଭୂକମ୍ପ

Advertisment

୪୨୦ ମୃତ, ୭୦୦୦ ଆହତ

୪୨୦ ମୃତ, ୭୦୦୦ ଆହତ

ଇରାନ-ଇରାକ ସୀମାରେ ଭୂକମ୍ପ

ତେହେରାନ(ଇରାନ): ଭୂମଧ୍ୟସାଗରର ପଶ୍ଚିମ ଭାଗରେ ଇରାନ-ଇରାକ ସୀମାରେ ରବିବାର ରାତିରେ ସଂଘଟିତ ଏକ ଶକ୍ତିଶାଳୀ ଭୂମିକମ୍ପ ଅତି କମ୍‌ରେ ୪୨୦ ଜଣଙ୍କ ଜୀବନ ନେଇଛି। ରିଚର ସ୍କେଲ୍‌ରେ ୭.୩ ତୀବ୍ରତାର ଏହି ଭୂକମ୍ପରେ ଆହୁରି ୭,୦୦୦ରୁ ଅଧିକ ଆହତ ହୋଇଛନ୍ତି। କୋଠାବାଡ଼ିର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତାହତଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିବାର ଆଶଙ୍କା କରାଯାଉଛି। ଇରାନର ପଶ୍ଚିମ ଭାଗରେ ଥିବା କେର୍ମାଂଶାହ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ପାଖାପାଖି ୭୦ ହଜାର ଲୋକ ବାସହରା ହୋଇପଡ଼ିଛନ୍ତି।

ପୂର୍ବ ଇରାନର ହାଲାବ୍‌ଜା ସହରଠାରୁ ୩୧ କିମି ଦୂରରେ ଭୂପୃଷ୍ଠର ୨୩ କିମି ତଳେ ଭୂକମ୍ପର କେନ୍ଦ୍ର ସୃଷ୍ଟି ହୋଇଥିବା ଜଣାଯାଇଛି। ସଂପୃକ୍ତ ଅଞ୍ଚଳରେ ପ୍ରଥମ ଭୂକମ୍ପ ପରେ ପରେ ଆହୁରି ୧୦୦ ଥର ଝଟ୍‌କା ଅନୁଭୂତ ହୋଇଛି। ଅନେକ କୋଠାବାଡ଼ି ଭୁଶୁଡ଼ି ମାଟିସ୍ତପରେ ପରିଣତ ହୋଇଛି। ଇରାନ ଓ ଇରାକକୁ ବିଭକ୍ତ କରୁଥିବା ଜାଗ୍ରସ ପର୍ବତମାଳା ଅଞ୍ଚଳରେ ସଂଘଟିତ ଏହି ଭୂମିକମ୍ପ ଦ୍ୱାରା ଇରାକ ପାର୍ଶ୍ୱରେ କମ୍‌ ଧନଜୀବନ ହାନି ହୋଇଥିବା ବେଳେ ଇରାନର ସାର୍ପଲ-ଇ ଜହାବ ସହରରେ କ୍ଷୟକ୍ଷତିର ମାତ୍ରା ସର୍ବାଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe