ପପୁଆ ନ୍ୟୁ ଗିନିରେ ଭୂକମ୍ପ, ୩୧ ମୃତ

Advertisment
ପପୁଆ ନ୍ୟୁ ଗିନିରେ ଭୂକମ୍ପ, ୩୧ ମୃତ

ନୂଆଦିଲ୍ଲୀ : ୭.୫ ତୀବ୍ରତାର ଭୂକମ୍ପ ପପୁଆ ନ୍ୟୁ ଗିନିରେ ବିପର୍ଯ୍ୟୟ ସୃଷ୍ଟି କରିଛି। ସୋମବାର ବିଳମ୍ବିତ ରାତିରେ ହୋଇଥିବା ଏହି ଭୂକମ୍ପରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପ୍ରାୟ ୧ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଆମେରିକୀୟ ଭୌଗୋଳିକ ସର୍ବେକ୍ଷଣ ସଂସ୍ଥା ସୁତ୍ରରୁ ଜଣାଯାଇଛି ଯେ ଏନ୍‌ଗା ପ୍ରଦେଶର ପୋରଗେରାଠାରୁ ୯୦ କିମି ଦୂରରେ ୩୫ କିମି ଗଭୀରତାରେ ଉକ୍ତ ଭୂକମ୍ପର କେନ୍ଦ୍ର ରହିଥିଲା। ଆଜି ସକାଳୁ ମଧ୍ୟ ଅନେକ ଥର ଭୂକମ୍ପ ପରବର୍ତ୍ତୀ ଝଟ୍‌୍‌କା ଅନୁଭୂତ ହୋଇଥିଲେ। ଅନେକ ଲୋକ ଏବେ ବି ଭଗ୍ନସ୍ତପ ତଳେ ଫସି ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ପାଖାପାଖି ୪ ଲକ୍ଷ ଲୋକ ଏହି ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe