ବର୍ଲିନ: ୨୦୦୮ ମସିହାର ଆଜିର ଦିନରେ ଚୀନରେ ହୋଇଥିବା ୭.୯ ତୀବ୍ରତାର ପ୍ରଳୟଙ୍କରୀ ଭୂମିକମ୍ପରେ ୮୭ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ଭୂମିକମ୍ପର ଇତି ମଧ୍ୟରେ ଗୋଟିଏ ଦଶନ୍ଧୀ ବିତି ସାରିଥିବା ସତ୍ତ୍ୱେ ଚୀନ୍ର କମ୍ୟୁନିଷ୍ଟ ସରକାର ଏହି ଖବର ତାଙ୍କ ଦେଶର ସୀମା ଡେଇଁବାକୁ ଦେଇ ନାହାନ୍ତି। କେବଳ ଏହି ଭୂମିକମ୍ପ ନୁହେଁ ବରଂ ଏଭଳି ଅନେକ କିଛି ବଡ଼ ବଡ଼ ଦୁର୍ଘଟଣା ଚୀନ୍ରେ ହୋଇଛି, ଯାହାକୁ କମ୍ୟୁନିଷ୍ଟ ସରକାର ଚପାଇ ଦେଇଛନ୍ତି। ଆଜି ଜର୍ମାନୀର ଏକ ସ୍ୱେଚ୍ଛସେବୀ ସଂଗଠନର ମୁଖ୍ୟ ଓ୍ଵି ଓ୍ଵି ଏହି ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୦୮ ମସିହାରେ ଚୀନ୍ରେ ହୋଇଥିବା ଏହି ଭୂମିକମ୍ପ ସମୟରେ ସେ ଓ ତାଙ୍କ ଟିମ୍ ଉଦ୍ଧାର କାର୍ଯ୍ୟରେ ଯାଇଥିଲେ। ନିମ୍ନ ମାନରେ ନିର୍ମାଣ ହୋଇଥିବା ଏକ ସ୍କୁଲ କୋଠାଘର ଭୁଶୁଡ଼ି ପଡିବା ପରେ ୭ ହଜାର ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସମସ୍ତ ଅଭିଭାବକଙ୍କୁ ମଧ୍ୟ ଚୁପ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସହରର ବ୍ୟାପକ ଅଂଚଳରେ ମାଟି ତଳେ ପୋତି ହୋଇଯାଇଥିବା ବେଳେ ପ୍ରାୟ ୮୭ ହଜାର ଲୋକ ଏଥିରେ ମରିହଜି ଯାଇଥିଲେ। କିନ୍ତୁ ସରକାର ଏହି ଖବରକୁ ଚପାଇ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍ ବୋଲି ଦର୍ଶାଇଥିଲେ। କିନ୍ତୁ ଏହି ଘଟଣାରେ ନିଜସ୍ୱ ଭାବେ ଅନୁସନ୍ଧାନ କରିବାରୁ ପୁଲିସ ତାଙ୍କୁ ଗିରଫ କରି ନିସ୍ତୁକ ମାଡ଼ ମାରିଥିଲା। ଏଭଳି ଆଉ ଏକ ଘଟଣାର ଅନୁସନ୍ଧାନ କରୁଥିବା ବେଳେ ୨୦୧୧ ମସିହାରେ ଚୀନ ପୁଲିସ ତାଙ୍କୁ ଗିରଫ କରି ୮୧ ଦିନ ଯାଏଁ ଜେଲରେ ରଖିଥିଲା। ୪ ବର୍ଷ ପାଇଁ ତାଙ୍କ ପାସପୋର୍ଟ ମଧ୍ୟ ରଦ୍ଦ କରିଦେଇଥିଲା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ୨୦୦୯ରେ ତାଙ୍କୁ ପାଗଳ ବୋଲି ସାବ୍ୟସ୍ତ କରିବାକୁ ଚୀନ ପୁଲିସ ତାଙ୍କ ମୁଣ୍ଡରେ ପ୍ରବଳ ଆଘାତ ଦେଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us