ନିଆଁହୁଳା ପାଲଟିଯିବ ପୃଥିବୀ!

Advertisment
ନିଆଁହୁଳା ପାଲଟିଯିବ ପୃଥିବୀ!

ବେଜିଂ : ଜନସଂଖ୍ୟା ବୃଦ୍ଧି ଏବଂ ତଦନୁସାରେ ପାରମ୍ପରିକ ଶକ୍ତି ବିନିଯୋଗ ଯୋଗୁଁ ୨୬୦୦ ମସିହା ବେଳକୁ ପୃଥିବୀ ଏକ ନିଆଁହୁଳାରେ ପରିଣତ ହୋଇଯିବ। ପରିଣତି ସ୍ୱରୂପ ଭୂପୃଷ୍ଠରୁ ମାନବ ଜାତି ଲୋପ ପାଇଯିବ। ବିଶ୍ୱବାସୀଙ୍କୁ ଏଭଳି ଭବିଷ୍ୟବାଣୀ ତଥା ସତର୍କ କରାଇ ଦେଇଛନ୍ତି ପ୍ରଖ୍ୟାତ ବ୍ରିଟିଶ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍‌ ହକିଂସ୍‌। ତେବେ ମାନବ ସମାଜ ତିଷ୍ଠି ରହିବା ପାଇଁ ଆମକୁ ପୃଥିବୀ ବାହାରେ ଅନ୍ୟ କେଉଁଠି ବାସସ୍ଥାନ ଠିକେଇବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି।
ବେଜିଂ ଠାରେ ଚୀନ୍‌ ପୁଞ୍ଚିନିବେଶକମାନଙ୍କ ସମାବେଶକୁ ଉଦ୍‌ବୋଧନ ଦେଇ ହକିଂସ କହିଛନ୍ତି ଯେ ଯେଉଁ ହାରରେ ବିଶ୍ୱ ଜନସଂଖ୍ୟା ବଢ଼ିଚାଲିଛି ଏବଂ ସେମାନଙ୍କ ଆବଶ୍ୟକ ମୁତାବକ ଶକ୍ତି ବିନିଯୋଗ ହୋଇଚାଲିଛି, ଆଉ ମାତ୍ର ୬୦୦ ବର୍ଷ ଭିତରେ ଆମେ ନିଶ୍ଚିହ୍ନ ହୋଇଯିବା। କାରଣ ସେତେବେଳକୁ ଭୀଷଣ ମାତ୍ରାରେ ଜନସାନ୍ଦ୍ରତା ସାଙ୍ଗକୁ ପରିବର୍ଦ୍ଧିତ ଶକ୍ତି ଅପଚୟ ହିଁ ପୃଥିବୀକୁ ନିଆଁହୁଳା ସଦୃଶ କରିଦେବ। ତେଣୁ ଏଭଳି ସ୍ଥିତିର ସମାଧାନ ପାଇଁ ଆମକୁ ବାସୋପଯୋଗୀ ଭିନ୍ନ ଗ୍ରହ ଖୋଜିବା ପାଇଁ ସେ ନିବେଶକମାନଙ୍କୁ ଆହ୍ଵାନ କରିଛନ୍ତି। ଆମ ସୌରମଣ୍ଡଳର ନିକଟତମ ନକ୍ଷତ୍ର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରି ସେଠାରେ ପୃଥିବୀତୁଲ୍ୟ ଗ୍ରହଟିଏ ଠାବ କରିବାକୁ ପଡ଼ିବ। ପୃଥିବୀ ବାହାରେ କୌଣସି ନା କୌଣସି ଠାରେ ଜୀବଜଗତ ତିଷ୍ଠିପାରିଲା ଭଳି ଗ୍ରହ ରହିଛି ବୋଲି ହକିଂସ ଏବଂ ଅନେକ ବୈଜ୍ଞାନିକ ବିଶ୍ୱାସ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe