ଦିଲ୍ଲୀ ଏନ୍‌ସିଆର, ଉତ୍ତରାଖଣ୍ଡରେ ପୁଣି ଭୂକମ୍ପ; ଗୋଟିଏ ସପ୍ତାହ‌‌ରେ ଦ୍ବିତୀୟ ଘଟଣା

Advertisment
ଦିଲ୍ଲୀରେ ପୁଣି ଭୂକମ୍ପ: ୨୪ ଘଣ୍ଟାରେ ଦ୍ବିତୀୟ ଝଟ୍‌କା, ପଶ୍ଚିମ ଦିଲ୍ଲୀରେ ଭୂକମ୍ପର କେନ୍ଦ୍ର

NDTV.com

ନୂଆଦିଲ୍ଲୀ: ଦିଲ୍ଲୀ ଏନ୍‌ସିଆର ଏବଂ ଉତ୍ତର ଭାରତର ଅନ୍ୟ ଅଂଶରେ ଆଜି ପୁଣିଥରେ ଭୂକମ୍ପ ହୋଇଛି। ସନ୍ଧ୍ୟା ପ୍ରାୟ ୭.୫୭ରେ କମ୍ପନ ଅନୁଭୂତ ହୋଇଥିବା ବେଳେ ସପ୍ତାହକ ମଧ୍ୟରେ ଦିଲ୍ଲୀରେ ଏହା ଦ୍ବିତୀୟ ଭୂକମ୍ପ। ତେବେ ସପ୍ତାହକ ତଳେ ହୋଇଥିବା ଭୂକମ୍ପଠାରୁ ଆଜିର ଭୂକମ୍ପର ତୀବ୍ରତା କମ୍‌ ଅଛି। ନଏଡ଼ା ଏବଂ ଗୁରୁଗ୍ରାମରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି।

ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିବା ବେଳେ ରିଚର ସ୍କେଲ୍‌ରେ ଏହାର ତୀବ୍ରତା ୫.୪ ରହିଥିଲା। ଭୂକମ୍ପ ଯୋଗୁଁ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଦିନ ନେପାଳରେ ୬.୩ ତୀବ୍ରତାର ଭୂକମ୍ପ ହୋଇଥିଲା ଏବଂ ଦିଲ୍ଲୀ, ଏନ୍‌ସିଆରରେ ମଧ୍ୟ ଏହାର ପ୍ରଭାବ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe