ଦିଲ୍ଲୀରେ ପୁଣି ଭୂକମ୍ପ: ୨୪ ଘଣ୍ଟାରେ ଦ୍ବିତୀୟ ଝଟ୍‌କା, ପଶ୍ଚିମ ଦିଲ୍ଲୀରେ ଭୂକମ୍ପର କେନ୍ଦ୍ର

ଦିଲ୍ଲୀରେ ପୁଣି ଭୂକମ୍ପ: ୨୪ ଘଣ୍ଟାରେ ଦ୍ବିତୀୟ ଝଟ୍‌କା, ପଶ୍ଚିମ ଦିଲ୍ଲୀରେ ଭୂକମ୍ପର କେନ୍ଦ୍ର

NDTV.com

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟାରେ ଦ୍ବିତୀୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଆଜି ଅପରାହ୍ନ ୪ଟା ୪୨ରେ ଆସିଥିବା ଭୂକମ୍ପର ତୀବ୍ରତା ୨.୭ ରହିଥିବା ବେଳେ ଏହାର କେନ୍ଦ୍ର ପଶ୍ଚିମ ଦିଲ୍ଲୀରେ ୫ କିମି ଗଭୀରତାରେ ରହିଥିଲା। ଆଜିର ଭୂକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ। ଏହା ପୂର୍ବରୁ ଗତରାତି ୧୦ଟା ୨୦ରେ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ରହିଥିଲା। ଦିଲ୍ଲୀ ଏନ୍‌ସିଆରରେ ବାରମ୍ବାର ଭୂକମ୍ପ ଏବେ ଚିନ୍ତା ବଢ଼ାଇଛି। ଚଳିତ ବର୍ଷ ଦିଲ୍ଲୀରେ ୪ ଥର ଭୂକମ୍ପ ଅନୁଭୂତ ହେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe