ଭୂକମ୍ପ ବିପର୍ଯ୍ୟୟ: ପାକିସ୍ତାନ, ଆଫଗାନିସ୍ତାନରେ ବ୍ୟାପକ କ୍ଷୟକ୍ଷତି, ୧୩ ମୃତ

Advertisment
ଭୂକମ୍ପ ବିପର୍ଯ୍ୟୟ: ପାକିସ୍ତାନ, ଆଫଗାନିସ୍ତାନରେ ବ୍ୟାପକ କ୍ଷୟକ୍ଷତି, ୧୩ ମୃତ

The New Indian Express

ଇସଲାମାବାଦ: ପାକିସ୍ତାନ ଓ ଆଫଗାନିସ୍ତାନରେ ଗତରାତିରେ ଆସିଥିବା ୬.୬ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଅତିକମ୍‌ରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପାକିସ୍ତାନ ସୀମା ସଂଲଗ୍ନ ଆଫଗାନିସ୍ତାନର ଉତ୍ତର- ପୂର୍ବ ପାର୍ବତ୍ୟାଞ୍ଚଳ ନିକଟରେ ମଙ୍ଗଳବାର ରାତିରେ ଭୂକମ୍ପ ହୋଇଥିଲା। ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ସମଗ୍ର ଉତ୍ତର ଭାରତରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା।

ପାକିସ୍ତାନର ଖାଇବର ପଖତୁନ୍‌ଖ୍ବାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଫଗାନିସ୍ତାନରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଅଛି। ଭୂକମ୍ପ ପ୍ରଭାବରେ ଶତାଧିକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ପ୍ରାୟ ୨ ହଜାର ଘରେ ଫାଟ ଦେଖିବାକୁ ମିଳିଛି । ଭୂକମ୍ପ ଯୋଗୁଁ ପ୍ରଭାବିତ ହୋଇଥିବା ଆଫଗାନିସ୍ତାନର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇଯାଇଛି । ଇସଲାମାବାଦରେ ଏକ ବହୁ ମହଲା ବିଶିଷ୍ଟ କୋଠାରେ ଫାଟ ଦେଖାଦେବାପରେ ଏହି କୋଠାରୁ ଲୋକଙ୍କୁ ଖାଲି କରାଯାଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ସ୍ବାଟ୍‌ ଅଞ୍ଚଳରେ ଯୋଗାଯୋଗ ଠପ୍‌ ହୋଇଯାଇଛି ଏବଂ ଲୋକଙ୍କ ପାଖରେ ଜରୁରୀ ସହାୟତା ପହଞ୍ଚି ପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe