ଭୂକମ୍ପରେ ଥରହର ଗ୍ରୀସ୍: ବଡ଼ ଧରଣର ଭୂମିକମ୍ପ ଝଟକା ପରେ ସୁନାମୀ ଆଶଙ୍କା, ଲୋକେ ଆତଙ୍କିତ...

ଗ୍ରୀସର କାସୋସ୍ ଦ୍ୱୀପ ନିକଟରେ ଏହି ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ବେଳେ ଯାହା ପରେ ଗ୍ରୀସର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି ଏବଂ ଲୋକେ ଭୟରେ ଘରୁ ବାହାରି ଆସିଛନ୍ତି । ଲୋକଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି । 

ଭୂମିକମ୍ପ

Photograph: (Sambad.in)

ଏଥେନ୍ସ: ଭୂକମ୍ପରେ ଥରିଲା ଗ୍ରୀସ୍ । ସକାଳେ ସକାଳେ ଗ୍ରୀସରେ ବଡ଼ ଧରଣର ଭୂମିକମ୍ପ । ସକାଳ ୮ଟା ୪୯ ମିନିଟରେ ଗ୍ରୀସରେ ଭୂମିକମ୍ପ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ରେକର୍ଡ କରାଯାଇଥିବା ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି ।

ଗ୍ରୀସର କାସୋସ୍ ଦ୍ୱୀପ ନିକଟରେ ଏହି ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ବେଳେ ଯାହା ପରେ ଗ୍ରୀସର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଏବଂ ଲୋକେ ଭୟରେ ଘରୁ ବାହାରି ଆସିଛନ୍ତି । ଲୋକଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି । 

ସେପଟେ ଭୂକମ୍ପ ପରେ ସୁନାମୀ ନେଇ ମଧ୍ୟ ସତର୍କ କରାଯାଇଛି । ତେବେ ଗତ କିଛି ଗିନ ଧରି ଗ୍ରୀସର ପିଛା ଛାଡୁନି ଭୂମିକମ୍ପ । ଗତ ସପ୍ତାହରେ ଗ୍ରୀସରେ ଭୂମିକମ୍ପ ହୋଇଥିଲା । ମେ ୧୩ ତାରିଖରେ ୬.୧ ତୀବ୍ରତାର ଭୂମ୍ପକ ଝଟକା ଗ୍ରୀସକୁ ଲାଗିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe