ଭୂକମ୍ପରେ ଥରିଲା ନେପାଳ, ଝଟକା ଲାଗିବା ପରେ ଭୟରେ ଘରୁ ବାହାରି ଆସିଲେ ଲୋକେ

ସକାଳେ ସକାଳେ ନେପାଳରେ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଥିବା ବେଳେ ଆଜି ଭାରତୀୟ ସମୟ ସକାଳ ୮ଟା ୨୧ରେ ଏହି ଭୂକମ୍ପର ଝଟକା ନେପାଳକୁ ଲାଗିଛି ।

nepal

Photograph: (Sambad.in)

କାଠମାଣ୍ଡୁ: ଭୂମିକମ୍ପରେ ଥରିଲା ନେପାଳ । ସକାଳେ ସକାଳେ ନେପାଳରେ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଥିବା ବେଳେ ଆଜି ଭାରତୀୟ ସମୟ ସକାଳ ୮ଟା ୨୧ରେ ଏହି ଭୂକମ୍ପର ଝଟକା ନେପାଳକୁ ଲାଗିଛି । ଭୂକମ୍ପରେ କ୍ଷୟକ୍ଷତି ଏଯାଏଁ ଜଣା ପଡିନି ।

ତେବେ ଏହା ପୂର୍ବରୁ ଜୁନ ୨୯ରେ ବି ନେପାଳକୁ ଭୂକମ୍ପର ଝଟକା ଲାଗିଥିଲା । ବର୍ତ୍ତବାନର ଭୂକମ୍ପ ଠାରୁ ପୂର୍ବର ଭୂକମ୍ପ ଅଧିକ ଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୨ ଥିଲା । 

ସେପଟେ ଦୁଇ ବର୍ଷ ତଳେ ଏକ ବିରାଟ ଭୂକମ୍ପର ଝଟକାରେ ନେପାଳ ଛାରଖାର ହୋଇଥିଲା । ଭୟଙ୍କର ଭୂକମ୍ପରେ ୧୫୭ ମୃତ୍ୟୁ ହୋଇଥିଲା । ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଭୂକମ୍ପର କେନ୍ଦ୍ରସ୍ଥଳଠାରୁ ୫୫୦ କିମି ଦୂର ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ବିହାର ସମେତ ସମଗ୍ର ଉତ୍ତର ଭାରତରେ ଶକ୍ତ ଝଟ୍କା ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଶତାଧିକ ଘର ମାଟିରେ ମିଶିଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe