ଆଫଗାନିସ୍ତାନରେ ଭୂକମ୍ପ: ୧୦୦୦ ମୃତ, ୧୬ ଶହ ଆହତ

Advertisment
ଆଫଗାନିସ୍ତାନରେ ଭୂକମ୍ପ: ୧୦୦୦ ମୃତ, ୧୬ ଶହ ଆହତ

cnn.com

କାବୁଲ : ଆଫଗାନିସ୍ତାନର ପୂର୍ବାଞ୍ଚଳରେ ବୁଧବାର ଭୋର୍‌ ସମୟରେ ୬.୧ ତୀବ୍ରତାର ଭୂକମ୍ପ ପ୍ରଳୟଙ୍କରୀ ସ୍ଥିତି ସୃଷ୍ଟି କରିଛି। ଏହି ବିନାଶକାରୀ ଭୂକମ୍ପ ଯୋଗୁଁ ପ୍ରାୟ ୧ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୧୬ ଶହରୁ ଅଧିକ ଆହତ ହୋଇଛନ୍ତି। ଶତାଧିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହଜାର ହଜାର ଘର ମାଟିରେ ମିଶିଯାଇଥିବା ବେଳେ ଭୂକମ୍ପର ପ୍ରଭାବ ପାକିସ୍ତାନ ଏବଂ ମାଲେସିଆରେ ମଧ୍ୟ ଅନୁଭୂତ ହୋଇଛନ୍ତି। ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଖୋସ୍ତ ସହରଠାରୁ ୪୦ କିମି ଦୂରରେ ରହିଥିଲା।

ପକ୍‌ତିକା ପ୍ରଦେଶରେ ହିଁ ଅଧିକାଂଶ ମୃତ୍ୟୁ ହୋଇଥିବା ତାଲିବାନ ସରକାରର ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶତାଧିକ କୋଠାର ଛାତ ଭୁଶୁଡ଼ି ପଡ଼ିବାରୁ ଏତେ ସଂଖ୍ୟକ ମୃତ୍ୟୁ ହୋଇଛି ବୋଲି ତାଲିବାନ ମନ୍ତ୍ରୀ ମହମ୍ମଦ ହକ୍କାନି କହିଛନ୍ତି। ପକ୍‌ତିକା ପ୍ରଦେଶରେ ପ୍ରାୟ ୪ ହଜାର ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାସ୍ତା ମଧ୍ୟ ଧସି ଯାଇଛି। ପାହାଡ଼ିଆ ଅଞ୍ଚଳରେ ଅତଡ଼ା ଧସି ରାସ୍ତା ଅବରୋଧ ହୋଇଥିବାରୁ ଅନେକ ଗ୍ରାମରେ ଉଦ୍ଧାରକାରୀ ଦଳ ପହଞ୍ଚି ପାରିନାହାନ୍ତି। ଆଫଗାନିସ୍ତାନର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ଆହତଙ୍କ ପାଇଁ କାଳ ହୋଇଛି। ଅନେକ ଗୁରୁତର ଆହତ ଚିକିତ୍ସା ଅଭାବରୁ ପ୍ରାଣ ହରାଇଥିବା କୁହାଯାଇଛି । ଏହି ଭୂକମ୍ପର ପ୍ରଭାବ ୫୦୦ କିମି ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ଏବଂ ପାକିସ୍ତାନ ଓ ଭାରତର କେତେକ ଅଂଚଳରେ ମଧ୍ୟ ଏହା ଅନୁଭୂତ ହୋଇଥିଲା। ପାକିସ୍ତାନର ମୁଲତାନ, ଭାକର , ଫଲିୟା, ପେଶାୱର, ଇସ୍‌ଲାମାବାଦ, ମଲକନ୍ଦ, ଖାତ ଏବଂ ବୁନେର ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe