ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ: ଭୋର ୪ଟା ୪୩ ମିନିଟରେ ଭୂକମ୍ପର ଝଟକା

earthquake in afghanistan

Photograph: (Sambad.in)

କାବୁଲ: ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ । ବୁଧବାର ଭୋର ୪ଟା ୪୩ ମିନିଟ ସମୟରେ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୁପୃଷ୍ଠରୁ ୭୫ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୫.୯ । 
 
ଏହି ଭୂକମ୍ପରେ ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ଭାରତର କିଛି ସ୍ଥାନରେ କମ୍ପନ ଅନୁଭୂତ ହୋଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ କୁହାଯାଇଛି । ଭୂକମ୍ପ କେନ୍ଦ୍ର ନିକଟରେ ୫.୯ ରିକ୍ଟର ସ୍କେଲର ଏକ ଭୂକମ୍ପ ଗୁରୁତର କ୍ଷତି ଘଟାଇବା ପାଇଁ ଯଥେଷ୍ଟ ବୋଲି କୁହାଯାଉଛି । ତେବେ ଆଜିର ଏହି ଭୂମିକମ୍ପରେ କ୍ଷୟକ୍ଷତିର କୌଣସି ସୂଚନା ଏଯାଏଁ ଜଣାପଡି ନାହିଁ ।

ତେବେ ଗତକାଲି ମଧ୍ୟ ଶକ୍ତିଶାଳୀ ଭୂମିକମ୍ପରେ ଥରିଥିଲା ଆମେରିକା । ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୨ ତୀବ୍ରତାର  ଝଟକା ଲାଗିଥିଲା । ଭୂକମ୍ପ ପାଇଁ ଅନେକ ସ୍ଥାନରେ ପାହାଡରୁ ପଥର ଧସିଥିବା ସୂଚନା ମିଳିଥିଲା  । ଦକ୍ଷିଣ କାଲିଫର୍ଣ୍ଣିଆର ଏକ ଛୋଟ କୃଷି ସମ୍ପ୍ରଦାୟ ଜୁଲିଆନ ନିକଟରେ ସକାଳ ୧୦ଟା ୮ ସମୟରେ ୫.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe