ଭୂକମ୍ପରେ ଥରିଲା ଆମେରିକା: କାଲିଫର୍ଣ୍ଣିଆରେ ୫.୨ ତୀବ୍ରତାର ଝଟକା, କ୍ଷୟକ୍ଷତିର ସୂଚନା ନାହିଁ

earthquake in america

Photograph: (Sambad.in)

ୱାସିଂଗଟନ ଡିସି: ଆମେରିକାରେ ଶକ୍ତିଶାଳୀ ଭୂମିକମ୍ପ  ଅନୂଭୂତ । ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୨ ତୀବ୍ରତାର  ଝଟକା । ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । କିନ୍ତୁ ଅନେକ ସ୍ଥାନରେ ପାହାଡରୁ ପଥର ଧସିଥିବା ସୂଚନା ରହିଛି  । 

ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଦକ୍ଷିଣ କାଲିଫର୍ଣ୍ଣିଆର ଏକ ଛୋଟ କୃଷି ସମ୍ପ୍ରଦାୟ ଜୁଲିଆନ ନିକଟରେ ସକାଳ ୧୦ଟା ୮ ସମୟରେ ୫.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା । କୋଚେଲା ଭ୍ୟାଲି ସଙ୍ଗୀତ ଏବଂ କଳା ମହୋତ୍ସବର ପ୍ରଥମ ସପ୍ତାହାନ୍ତ ପରେ ଉତ୍ସବରୁ ଲୋକମାନେ ଫେରି ଯାଉଥିବା ସମୟରେ କୋଚେଲା ଭ୍ୟାଲି ସମେତ ଦକ୍ଷିଣ କାଲିଫର୍ଣ୍ଣିଆ  ମରୁଭୂମିରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ସବୁଠାରୁ ତୀବ୍ର ଭୂମିକମ୍ପ ମଧ୍ୟରୁ ଗୋଟିଏ ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe