ଭାରତରେ ଭୂମିକମ୍ପ: ଅଧଘଣ୍ଟା ମଧ୍ୟରେ ଜୟପୁରରେ ୩ ଥର ଓ ମଣିପୁରରେ ଥରେ ଭୂକମ୍ପନ ଅନୁଭୂତ

Advertisment
ଭାରତରେ ଭୂମିକମ୍ପ: ଅଧଘଣ୍ଟା ମଧ୍ୟରେ ଜୟପୁରରେ ୩ ଥର ଓ ମଣିପୁରରେ ଥରେ ଭୂକମ୍ପନ ଅନୁଭୂତ

Image Courtesy of Times Now

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଜୟପୁର ଓ ମଣିପୁର ରାଜ୍ୟରେ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ଦେଇଛି।

‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ଅନୁସାରେ, ପାହାନ୍ତା ୪ ରୁ ଭୋର୍‌ ୪.୨୫ ମଧ୍ୟରେ ରାଜସ୍ଥାନର ଜୟପୁରରେ ଗୋଟିକ ପରେ ଗୋଟିଏ ୩ ଥର ଭୂକମ୍ପନ ସଂଘଠିତ ହୋଇଛି।

ରିକ୍ଟର୍‌ସ୍କେଲ୍‌ ଅନୁସାରେ, ପାହାନ୍ତା ୪:୦୯ରେ ଜୟପୁରରେ ସଂଘଠିତ ପ୍ରଥମ ଭୂମିକମ୍ପର ତୀବ୍ରତା ଥିଲା ୪.୪, ୪:୨୨ରେ ସଂଘଠିତ ଦ୍ବିତୀୟ ଭୂମିକମ୍ପର ତୀବ୍ରତା ଥିଲା ୩.୧ ଏବଂ ୪:୨୫ରେ ସଂଘଠିତ ତୃତୀୟ ଭୂମିକମ୍ପର ତୀବ୍ରତା ଥିଲା ୩.୪।

publive-image Image Courtesy of NCS

ଭୂକମ୍ପନ ଅନୁଭୂତ ହେବାରୁ ଲୋକେ ଛାନିଆ ହୋଇ ଘରୁ ବାହାରକୁ ଧାଇଁ ଆସିଥିଲେ।  ଭୂମିକମ୍ପ ଭୟରେ ବାହାରେ ଠିଆ ହୋଇଥିବା ଲୋକମାନଙ୍କ ଫଟୋ ଏବଂ ଘରଦ୍ବାର ଥରୁଥିବାର ଦୃଶ୍ୟର ଭିଡିଓ ଉଠାଇ କେହି କେହି ସାମାଜିକ ଗଣମାଧ୍ୟମରେ ବି ସେୟାର୍‌ କରିଛନ୍ତି। କିନ୍ତୁ, ଏଥିରେ କେହି ମୃତାହତ କିଂବା କିଛି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ।

ଜୟପୁରରେ ତୀବ୍ର ଭୂକମ୍ପନ ଅନୁଭୂତ ହୋଇଥିବା କଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ସୁନିଶ୍ଚିତ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ଆଶାକରେ ଆପଣମାନେ ନିରାପଦ ଥିବେ।

ସେହିପରି, ଦେଶର ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ମଧ୍ୟ ଭୂମିକମ୍ପ ସଂଘଠିତ ହୋଇଥିବା ରିପୋର୍ଟ ମିଳିଛି। ଭୋର୍‌ ୫:୧ରେ ରାଜ୍ୟର ଉରୁକୁଲ୍‌ରେ ସଂଘଠିତ ଏହି ଭୂମିକମ୍ପର ତୀବ୍ରତା ୩.୫ ଥିଲା ବୋଲି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ଦେଇଛି। ଭୂଗର୍ଭର ୨୦ କିଲୋମିଟର୍‌ ଅଭ୍ୟନ୍ତରରେ ଥିଲା ଏହାର ଉତ୍ପତ୍ତିସ୍ଥଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe