କାବୁଲରେ ୬. ୧ ତୀବ୍ର ଭୂମିକମ୍ପ: ଦିଲ୍ଲୀ ଓ ଉତ୍ତର ଭାରତରେ କମ୍ପନ ଅନୁଭୂତ

କାବୁଲରେ ୬. ୧ ତୀବ୍ର ଭୂମିକମ୍ପ: ଦିଲ୍ଲୀ ଓ ଉତ୍ତର ଭାରତରେ କମ୍ପନ ଅନୁଭୂତ

Image Courtesy of TOI

ନୂଆଦିଲ୍ଲୀ: ବୁଧବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଟିତ ହୋଇଛି। କିନ୍ତୁ, ଏହାଦ୍ୱାରା ହୋଇଥିବା କ୍ଷୟକ୍ଷତି ସଙ୍କ୍ରାନ୍ତରେ ହଠାତ୍‌ କୌଣସି ଖବର ମିଳିପାରି ନାହିଁ।

ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କାବୁଲ ଠାରୁ ଉତ୍ତରପୂର୍ବକୁ ୨୭୦ କିଲୋମିଟର ଦୂରବର୍ତ୍ତୀ ହିନ୍ଦୁକୁଶ ପର୍ବତମାଳାର ୧୮୦ କିଲୋମିଟର୍‌ ଭୂ-ଅଭ୍ୟନ୍ତରରେ ବୋଲି କହିଛି ଇଉରୋପିୟାନ୍‌ ମେଡିଟେରାନିଆନ୍‌ ସେସ୍‌ମୋଲୋଜିକାଲ୍‌ ସେଣ୍ଟର୍‌।

କମ୍ପନ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ ସହ ସମଗ୍ର ଉତ୍ତର ଭାରତରେ ଦିନ ପ୍ରାୟ ୧୨ଟା ୪୦ ମିନିଟ୍‌ରେ ଅନୁଭୂତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe