ମିଜୋରାମରେ ଭୂମିକମ୍ପ

Advertisment
ମିଜୋରାମରେ ଭୂମିକମ୍ପ

Latestly

ଆଇଜଲ: ଦେଶର ଉତ୍ତର- ପୂର୍ବ ରାଜ୍ୟ ମିଜୋରାମରେ ଆଜି (ଗୁରୁବାର) ଅପରାହ୍ନରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ରିଚର ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ୪.୩ ରହିଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍‌) ପକ୍ଷରୁ କୁହାଯାଇଛି।

ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, ମିଜୋରାମ ଚମ୍ପାଇ ଜିଲ୍ଲାର ଦକ୍ଷିଣ-ପଶ୍ଚିମ ୨୩ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଆଜି ଅପରାହ୍ନ ୨ଟା ୨୮ମିନିଟ ସମୟରେ ଏହି ଭୂକମ୍ପ ଘଟିଥିବା ଏନସିଏସ୍‌ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ଏହି ଭୂମିକମ୍ପ ଜନିତ କୌଣସି ପ୍ରକାର କ୍ଷୟକ୍ଷତିର ଖବର ମିଳିନାହିଁ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୫ ତାରିଖରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ମିଜୋରାମର ଏହି ଚମ୍ପାଇ ଜିଲ୍ଲାକୁ ଦୋହଲାଇ ଦେଇଥଲା। ଏହା ପୂର୍ବରୁ ଜୁନ୍‌ ୨୨ରେ ୫.୫ ତୀବ୍ରତାର ଅନ୍ୟ ଏକ ଭୂମିକମ୍ପ ଚମ୍ପାଇ ସମେତ ମିଆଁମାର ସୀମାବର୍ତ୍ତୀ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଦୋହଲାଇ ଦେଇଥିଲା। ଏଥିରେ ରାସ୍ତା, କୋଠା ସମେତ ଅନ୍ୟ ୩୧ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କ୍ଷତି ପହଞ୍ଚାଇଥିଲା। ତେବେ, ସଂପ୍ରତି ଏହି ଅଞ୍ଚଳରେ ଲାଗ ଲାଗ ଭୂମିକମ୍ପ ଅନୁଭୂତ ହେଉଥିବା କାରଣରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe