ଆଣ୍ଡମାନ ନିକୋବର ଦ୍ୱୀପରେ ଭୂମିକମ୍ପର ଝଟକା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୪

Advertisment
ଆଣ୍ଡମାନ ନିକୋବର ଦ୍ୱୀପରେ ଭୂମିକମ୍ପର ଝଟକା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୪

ନୂଆଦିଲ୍ଲୀ: ଶନିବାର ସକାଳେ ପ୍ରାୟ ୧୦ଟା ସମୟରେ ଆଣ୍ଡାମାନ ନିକୋବର ଦ୍ୱୀପରେ ଭୂମିକମ୍ପ ଝଟକା ଲାଗିଛି। ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୫.୪ ଥିଲା। ଏଯାବତ୍‌ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ଓ କେହି ମୃତାହାତ ହୋଇଥିବା ସୂଚନା ମିଳିନାହିଁ।

ଉଲ୍ଲେଖଯୋଗ୍ୟ, ଏହି ଭୂମିକମ୍ପ ପୂର୍ବରୁ ଗତକାଲି ଇଣ୍ଡୋନେସିଆର ଲୋମ୍ବୋକ୍‌ ଦ୍ୱୀପରେ ସଂଘଟିତ ଭୂମିକମ୍ପ ଯୋଗୁଁ ୮୨ ଲୋକଙ୍କର ଜୀବନହାନି ହୋଇଥିବା ଖବର ମିଳିଥିଲା। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂକମ୍ପର ତୀବ୍ରତା ଥିଲା ୭.୦ ଥିଲା। ଲୋମ୍ପୋକ୍ରେ ଏହି ଭୂକମ୍ପ ଭୂଗର୍ଭର ୧୦ କିଲୋମିଟର ଅଭ୍ୟନ୍ତରରେ ସଂଘଠିତ ହୋଇଥିଲା। ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ପର୍ଯ୍ୟଟକ ଓ ବାସିନ୍ଦାମାନେ ଛାନିଆ ହୋଇଯାଇଥିଲେ।  ନିକଟବର୍ତ୍ତୀ ବାଲିର ହଲିଡେ’ ଆଇଲାଣ୍ଡରେ ବି କିଛି ମୁହୂର୍ତ୍ତ ଧରି କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଲୋକେ ଘର, ହୋଟେଲ୍‌ ଓ ରେସ୍ତୋରାଁ ଛାଡ଼ି ଦୌଡ଼ି ବାହାରକୁ ପଳାଇ ଆସିଥିଲେ। ଝରକା ଓ କବାଟ ଧଡ଼ ଧଡ଼ ହୋଇ କମ୍ପିବାରୁ ଲୋମ୍ପୋକ୍ରେ ହଜାର ହଜାର ଲୋକେ ସେମାନଙ୍କର ଘରୁ ବାହାରି ଖୋଲା ଜାଗାକୁ ଧାଇଁ ଆସିଥିଲେ।

ଆହତମାନଙ୍କର ତଥ୍ୟ ସଂଗ୍ରହ ଚାଲିଥିବା କଥା ଡିଜାଷ୍ଟର୍‌ ମିଟିଗେସନ୍‌ ଏଜେନ୍‌ସିର ମୁଖ୍ୟ ଅଗୁଙ୍ଗ୍‌ ପ୍ରମୁଜା କହିଛନ୍ତି, ଲୋମ୍ବୋକ୍ର ଉତ୍ତର ଓ ପଶ୍ଚିମ ଭାଗରେ ଅଧିକ ଲୋକ ମୃତାହତ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe