ଉତ୍ତରପଶ୍ଚିମ ଇରାନ୍‌ରେ ଭୂମିକମ୍ପ: ଅନ୍ୟୂନ ୩ ମୃତ, ୩୦୦ ଆହତ

Advertisment
ଉତ୍ତରପଶ୍ଚିମ ଇରାନ୍‌ରେ ଭୂମିକମ୍ପ: ଅନ୍ୟୂନ ୩ ମୃତ, ୩୦୦ ଆହତ

Image Courtesy of AlARABIYA News

ଦୁବାଇ: ଶନିବାର ଦିନ ତୁର୍କୀ ସୀମାନ୍ତ ନିକଟ ଉତ୍ତରପଶ୍ଚିମ ଇରାନ୍‌ରେ ୫.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହେବାରୁ ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୩୦୦ରୁ ଅଧିକ ଆହତ ହୋଇଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

ଇରାନୀୟ ଗଣମାଧ୍ୟମ କହିଛି, ଇରାନ୍‌ର ପଶ୍ଚିମାଞ୍ଚଳ ଅନ୍ତର୍ଗତ ଆଜର୍‌ବୈଜାନ୍‌ ପ୍ରଦେଶର ଖୋୟ ନଗରୀରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଛି।

ଭୂମିକମ୍ପର ଉତ୍ପତ୍ତିସ୍ଥଳର ନିକଟସ୍ଥ ଖୋୟ ନଗରୀର ବିଶ୍ବବିଦ୍ୟାଳୟ ଜରୁରୀକାଳୀନ ସେବାର ମୁଖ୍ୟଙ୍କ ବିବୃତିରୁ ସୂଚନା ସଂଗ୍ରହ କରି ରାଷ୍ଟ୍ରାୟତ ନିଉଜ୍‌ ଏଜେନ୍‌ସି ‘ଇର୍‌ନା’ ମୃତ୍ୟୁସଂଖ୍ୟା ବିଷୟରେ ରିପୋର୍ଟ କରିଛି।

ରାଷ୍ଟ୍ରାୟତ ଟେଲିଭିଜନ୍‌କୁ ଜରୁରୀକାଳୀନ ସେବାର ଜଣେ ଅଧିକାରୀ କହିଛନ୍ତି ଯେ, ଭୂମିକମ୍ପଦ୍ବାରା ପ୍ରଭାବିତ ହୋଇଥିବା କେତେକ ଅଞ୍ଚଳରେ ତୁଷାରପାତ ହେବା ସହିତ ତାପମାତ୍ରା ଅତି ହେମାଳିଆ ହୋଇଯାଇଛି। କେତେକ ସ୍ଥାନରେ ବିଜୁଳି କାଟ ହୋଇଥିବା ରିପୋର୍ଟ ମଧ୍ୟ ମିଳିଛି।

publive-image Image Courtesy of TRT World

ଆଗରୁ ଇରାନୀୟ ଜରୁରୀକାଳୀନ ସେବାର ମୁଖପାତ୍ର ମୋଜତାବା ଖାଲେଦି ‘ୱାଇଜେସି ନିଉଜ୍‌ ଏଜେନ୍‌ସି’କୁ କହିଛନ୍ତି, ଖୋୟ ନଗରୀରେ ବହୁସଂଖ୍ୟକ ଘରବାଡ଼ି ଓ ଅଟ୍ଟାଳିକା ସଂଖ୍ୟା ଧ୍ବଂସ ହୋଇଯାଇଛି।

ରିକ୍ଟର୍‌ ସ୍କେଲ୍‌ରେ ୫.୯ ତୀବ୍ରତାସମ୍ପନ୍ନ ଏହି ଭୂମିକମ୍ପ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ସଂଘଠିତ ହୋଇଥିବା କଥା ‘ୟୁରୋପିୟାନ୍‌ ମେଡିଟେରାନିଆନ୍‌ ସିସ୍‌ମୋଲୋଜିକାଲ୍‌ ସେଣ୍ଟର୍‌’ ରିପୋର୍ଟ କରିଛି।

ଏହି ଭୂମିକମ୍ପକୁ ଅଗଭୀର ଏବଂ ମଧ୍ୟମ ଧରଣର ଭୂମିକମ୍ପ ବୋଲି କୁହାଯାଉଛି। ଭୂମିକମ୍ପ ପରେ ପରେ ପୁଣି ଚାରିଥର କମ୍ପନ ଅନୁଭୂତ ହୋଇଥିଲା। ‘ୟୁ‌ଏସ୍‌ ଜିଓଲୋଜିକାଲ୍‌ ସର୍ଭେ’ ସତର୍କ କରାଇ କହିଛି‌ ଯେ, ମୃତ୍ୟୁସଂଖ୍ୟା ଅଧିକ ଓ କ୍ଷୟକ୍ଷତି ବ୍ୟାପକ ହୋଇଥାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe