ପୁଣିଥରେ ଭୂକମ୍ପ ଝଟକାରେ ଥରିଲା ପାକିସ୍ତାନ

Advertisment

ଭାରତ ଆକ୍ରମଣ ଭୟରେ ଭୟଭୀତ ଥିବା ଅବସ୍ଥାରେ ପଡ଼ୋଶୀ ଦେଶ ପାକିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ଥିଲା ରେକର୍ଡ କରାଯାଇଛି। 

ଭାରତ ଆକ୍ରମଣ ଭୟରେ ଭୟଭୀତ ଥିବା ଅବସ୍ଥାରେ ପଡ଼ୋଶୀ ଦେଶ ପାକିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ଥିଲା ରେକର୍ଡ କରାଯାଇଛି। 

nhjyt

ପାକିସ୍ତାନ: ପଡ଼ୋଶୀ ଦେଶ ପାକିସ୍ତାନରେ ଭୂକମ୍ପର ଝଟକା ପୁଣିଥରେ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୨ ଥିବା ରେକର୍ଡ କରାଯାଇଛି। 

ସୂଚନାଯୋଗ୍ୟ, ପାକିସ୍ତାନର ଅନେକ ସହରରେ ଏପ୍ରିଲ ୫ ତାରିଖ ସୋମବାର ଦିନ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଭାରତ ଆକ୍ରମଣ ଭୟରେ ଭୟଭୀତ ଥିବା ପରିସ୍ଥିତିରେ ଭୂକମ୍ପର ଝଟକାରେ ପାକିସ୍ତାନବାସୀ ଥରହର ହୋଇଯାଇଛନ୍ତି।   ଭୟରେ ଲୋକମାନେ ଘର ଛାଡି ଜୀବନବିକଳରେ ଖାଲି ସ୍ଥାନକୁ ଦୌଡ଼ି  ଯାଇଥିଲେ।

 ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା।

କିଛିଦିନ ତଳେ ଅର୍ଥାତ ୨୦୨୫ ଏପ୍ରିଲ ୩୦ ତାରିଖରେ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ସେହି ସମୟରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ରେକର୍ଡ କରାଯାଇଥିଲା।

କୌଣସି ପରିସ୍ଥିତିରେ ଭାରତର ଆକ୍ରମଣ ଭୟରେ ଭୟଭୀତ ଥିବା ପାକିସ୍ତାନରେ କିଛିଦିନ ବ୍ୟବଧାନରେ ଦୁଇଟି ଭୂମିକମ୍ପ  ଅନୁଭୂତ ହେବା ଘଟଣାକୁ ନେଇ ପାକିସ୍ତାନୀଙ୍କ ମନରେ କୋକୁଆଭୟ ଖେଳି ଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe