ଆମେରିକାରେ ଭୂମିକମ୍ପ: ଶତାଧିକ କୋଠା କ୍ଷତିଗ୍ରସ୍ତ

Advertisment
ଆମେରିକାରେ ଭୂମିକମ୍ପ: ଶତାଧିକ କୋଠା କ୍ଷତିଗ୍ରସ୍ତ

The New York Times

ୱାଶିଂଟନ୍‌: ଆମେରିକାର ଉତ୍ତର କୈରୋଲିନାରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୧ ଥିଲା। ଭୂମିକମ୍ପରେ ଶତାଧିକ କୋଠା କ୍ଷତିଗ୍ରସ୍ତ ହୋଇଛି। ଆମେରିକୀୟ ଭୂଗର୍ଭ ସର୍ବେକ୍ଷଣ ସୂଚନା ଅନୁଯାୟୀ, ଭୂକମ୍ପ ସ୍ଥାନୀୟ ସମୟ ୮ଟା ୭ ମିନିଟରେ ଭୂମିଠାରୁ ୯.୧ କିମି ଗଭୀରରେ ସୃଷ୍ଟି ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଥିଲା ସ୍ପାର୍ଟା ନିକଟରେ। ଫଳରେ ଏହି ଅଞ୍ଚଳରେ ଥିବା ବହୁ ବଡ଼ ବଡ଼ କୋଠା ଢଳି ପଡ଼ିବା ସହ ଅନେକ କୋଠାରେ ଫାଟ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ୧୯୧୬ ମସିହା ପରେ ଉତ୍ତର କୌରୋଲିନ୍‌ରେ ଏଭଳି ଭୂମିକମ୍ପ ହୋଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe