Image Courtesy of Mint
ଗୁଲ୍ମାର୍ଗ: ସୋମବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଗୁଲ୍ମାର୍ଗ ଅଞ୍ଚଳରେ ମୃଦୁ ଭୂମିକମ୍ପ ସଂଘଠିତ ହୋଇଛି। ରିକ୍ଟର୍ ସ୍କେଲ୍ରେ ଏହି ଭୂମିକମ୍ପର ତୀବ୍ରତା ୩.୫ ଥିବା ରେକର୍ଡ କରାଯାଇଛି ବୋଲି କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ଏଥିଯୋଗୁଁ କୌଣସି ଠାରେ କିଛି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ।
Image Courtesy of Zee News‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିବା ଅନୁସାରେ, ଗୁଲ୍ମାର୍ଗର ୭୩ କିଲୋମିଟର୍ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଏହି ଭୂମିକମ୍ପ ଆଜି ପାହାନ୍ତା ୪:୫୬ ମିନିଟ୍ରେ ଅନୁଭୂତ ହୋଇଥିଲା। ଏହାର ଉତ୍ପତ୍ତିସ୍ଥଳ ଥିଲା ୩୪.୨୨ ଅକ୍ଷାଂଶ ଏବଂ ୭୩.୬୧ ଦ୍ରାଘିମା ଅନ୍ତର୍ଗତ ଭୂଗର୍ଭର ୩୦ କିଲୋମିଟର ଅଭ୍ୟନ୍ତରେ।
ସୂଚନାଯୋଗ୍ୟ, ଜମ୍ମୁ ଓ କଶ୍ମୀରର ଭୌଗୋଳିକ ଅବସ୍ଥିତି ଭୂମିକମ୍ପପ୍ରବଣ ଅଞ୍ଚଳରେ ହୋଇଥିବାରୁ ଅତୀତରେ ସେ ଅଞ୍ଚଳରେ ଅନେକ ବିତ୍ପାତ ସଂଘଠିତ ହୋଇଛି। ଏ ମାସର ପ୍ରାରମ୍ଭରେ ମଧ୍ୟ ଜମ୍ମୁ ଓ କଶ୍ମୀରରେ ୪.୧ ତୀବ୍ରତାସମ୍ପନ୍ନ ଆଉ ଏକ ଭୂମିକମ୍ପ ହୋଇଥିବା ରେକର୍ଡ କରାଯାଇଛି।
Follow Us