ଚୀନ୍‌ରେ ଭୂକମ୍ପ, ୪ମୃତ

Advertisment
ଚୀନ୍‌ରେ ଭୂକମ୍ପ, ୪ମୃତ

Reuters

ବେଜିଂ  : ଦକ୍ଷିଣପଶ୍ଚିମ ଚୀନ୍‌ ସିଚୁଆନ ପ୍ରଦେଶର ୟାନ୍‌ ସହରରେ ଆଜି ଭୂକମ୍ପ ହୋଇଛି। ଭୂକମ୍ପ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସମୟ ସନ୍ଧ୍ୟା ୫ଟା ସମୟରେ ୟାନ୍‌ ସହରର ଲୁଶାନ୍‌ କାଉଣ୍ଟିକୁ ଭୂକମ୍ପ ଦୋହଲାଇ ଦେଇଥିଲା। ୧୭ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ। ଭୂକମ୍ପର ତୀବ୍ରତା ୬.୧ ରହିଛି। ଉଲ୍ଲେଖଯୋଗ୍ୟ ଯେ ୨୦୦୮ରେ ସିଚୁଆନ ପ୍ରଦେଶରେ ୭.୯ ତୀବ୍ରତାର ଭୟଙ୍କର ଭୂକମ୍ପ ହୋଇଥିଲା। ଏଥିଯୋଗୁଁ ୯୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe