ଦିଲ୍ଲୀରେ ବଡ଼ ଭୂମିକମ୍ପ ଆଶଙ୍କା

Advertisment
ପାଟନାରେ ୩.୫ ତୀବ୍ରତାର ଭୂକମ୍ପ

ndtv

ନୂଆଦିଲ୍ଲୀ : ୨୯ ତାରିଖର ଭୂକମ୍ପ ସମେତ ଗତ ଦେଢ଼ ମାସ ମଧ୍ୟରେ ଦିଲ୍ଲୀ ଓ ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳରେ ୧୦ ଥର ଭୂକମ୍ପ ହେଲାଣି। ଫଳରେ ଦିଲ୍ଲୀରେ ବଡ଼ ଧରଣର ଭୂକମ୍ପ ହୋଇପାରେ ବୋଲି କେତେକ ଭୁତତ୍ତ୍ୱବିଦ୍‌ ଆଶଙ୍କା କରୁଛନ୍ତି। କେବେ ହେବ, ସେହି ସମୟକୁ ନିର୍ଦିଷ୍ଟ କରି ପାରୁ ନଥିଲେ ସୁଦ୍ଧା ବଡ଼ ଭୁକମ୍ପ ଅନୁମାନ କରାଯାଉଛି ବୋଲି ‘ୱାଡ଼ିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଜିଓଲୋଜି’ର ମୁଖ୍ୟ ଡକ୍ଟର କାଲାଚାନ୍ଦ ସୈନି କହିଛନ୍ତି।

ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳଟି ଭୂକମ୍ପ ପ୍ରବଣ ଅଞ୍ଚଳରେ ରହିଛି। ତେଣୁ ଦିଲ୍ଲୀ, ଗୁରୁଗ୍ରାମ ଓ ନୋଏଡ଼ାରେ ଗଢ଼ିଉଠୁଥିବା ନଭଶ୍ଚୁମ୍ଭୀ ଅଟ୍ଟାଳିକା ସବୁ ‘ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ୍‌’ (ବିସ୍‌)ର ମାନଦଣ୍ଡ ଅନୁସାରେ ନିର୍ମିତ ନହେଲେ ବହୁ ବାସଗୃହ ଧ୍ୱଂସ ଓ ଜନ ହାନିର ଆଶଙ୍କା ରହିଛି। ଜାପାନ ଦେଶ ସମଗ୍ର ଭୂକମ୍ପ କ୍ଷେତ୍ରରେ ଥିଲେ ସୁଦ୍ଧା ଜାପାନବାସୀ ସଂପୃକ୍ତ ନିୟମଗୁଡ଼ିକୁ ଧର୍ମ ଭଳି ପାଳନ କରୁଛନ୍ତି। ତେଣୁ ଦିଲ୍ଲୀରେ ମଧ୍ୟ ନିୟମଗୁଡ଼ିକର ଅନୁପାଳନ ହେବା ଦରକାର। ଭାରତୀୟ ପାଣିପାଗ ବିଭାଗର ଭୂକମ୍ପ ବିପଦ ମୂଲ୍ୟାୟନ କେନ୍ଦ୍ରର ପୂର୍ବତନ ମୁଖ୍ୟ ଡକ୍ଟର ଏ.କେ. ଶୁକ୍ଳ କହିଛନ୍ତି ଯେ ୬ରୁ ୬.୫ ତୀବ୍ରତାର ଭୂକମ୍ପ ବି ଦିଲ୍ଲୀ ପାଇଁ କ୍ଷତିକାରକ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe