ରାଜସ୍ଥାନର ଜୟପୁର ଜିଲ୍ଲାରେ ୪. ୩ ତୀବ୍ର ଭୂମିକମ୍ପ

Advertisment
ରାଜସ୍ଥାନର ଜୟପୁର ଜିଲ୍ଲାରେ ୪. ୩ ତୀବ୍ର ଭୂମିକମ୍ପ

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁର ଜିଲ୍ଲାରେ ରିକ୍ଟର୍‌ ସ୍କେଲ୍‌ରେ ୪. ୩ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି।

ଭାରତୀୟ ପାଣିପାଗ ବିଭାଗ କହିବାନୁସାରେ, ଆଜି ସକାଳ ୯ଟା ୪୩ ମିନିଟ୍‌ ସମୟରେ ଭୂକମ୍ପନ ହୋଇଥିଲା।

ଏହି ଅଗଭୀର କମ୍ପନ ଭୂପୃଷ୍ଠର ୧୦ କିଲୋମିଟର ଗଭୀରରେ ସଂଘଠିତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଜୟପୁରରେ ହିଁ ଏହାର କମ୍ପନ ଜୋର୍‌ଦାର୍‌ ଥବା କଥା କୁହାଯାଉଛି।

ଭୂକମ୍ପନର ଆନୁମାନିକ କେନ୍ଦ୍ରସ୍ଥଳ ଜୟପୁର ସହର ଠାରୁ ୫୦ କିଲୋମିଟର ଉତ୍ତରକୁ ଥିବା ଦିଲ୍ଲୀ-ରାୟପୁର ୪୮ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ମନୋହରପୁର ଟୋଲ୍‌ ପ୍ଲାଜା ପାଖାପାଖି ହୋଇପାରେ।

ସ୍ଥାନୀୟ ଖବର ଅନୁସାରେ ଲୋକେ ଘରୁ ବାହାରି ରାସ୍ତା ଉପରକୁ ଚାଲି ଆସିଥିଲେ।

ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ଆସି ନ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପୁଲିସକୁ ସତର୍କ ରହିବାକୁ ଆଦେଶ ଦିଆଯାଇଛି। ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ଓ ଦମକଳବାହିନୀକୁ ମଧ୍ୟ ସଜାଗ ରହିବାକୁ ନର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe