ପାପ୍ୟୁଆ ନିଉ ଗିନିରେ ୭. ୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ

Advertisment
ପାପ୍ୟୁଆ ନିଉ ଗିନିରେ ୭. ୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ

Image Courtesy of India Today

ସିଡ୍‌ନି: ମଙ୍ଗଳବାର ରାତିରେ ପାପ୍ୟୁଆ ନିଉ ଗିନି ସୁଦୂର ନିଉ ବ୍ରିଟେନ୍‌ ଦ୍ୱୀପ ଅନ୍ତର୍ଗତ ରାବାଉଲ୍‌ ନିକଟରେ ଏକ ଶକ୍ତିଶାଳୀ ଓ ଅଗଭୀର ଭୂମିକମ୍ପ ସଂଘଠିତ ହୋଇଛି। ସେତେବେଳେ ସହରର ବାସିନ୍ଦାମାନେ ଶୋଇଥିଲେ।

ରିକ୍ଟର୍‌ ସ୍କେଲ୍‌ରେ ୭. ୫ ତୀବ୍ରତାସମ୍ପନ୍ନ ଏହି ଭୂମିକମ୍ପ ଯୋଗୁଁ ସୁନାମି ଆଶଙ୍କା ସୃଷ୍ଟି କରିଥିଲେ ବି ସ୍ଥାନୀୟ ସରକାରୀ କର୍ମଚାରୀମାନେ କହିଛନ୍ତି କି, ସମୁଦ୍ରରେ ଢେଉ ଉଠି ନାହିଁ, ବା କେହି ମୃତାହତ ହୋଇଥିବା ଖବର ଏ ପର୍ଯ୍ୟନ୍ତ ପହଞ୍ଚି ନାହିଁ। ରାତି ନ ପାହିବା ପୂର୍ବରୁ କ୍ଷୟକ୍ଷତିର ମଧ୍ୟ କଳାନା କରି ହେବ ନାହିଁ ବୋଲି ସେମାନେ କହିଛନ୍ତି।
ପୁଲିସ ସର୍ଜେଣ୍ଟ୍‌ ଫ୍ରାଙ୍କ୍‌ କିଲାଉର୍‌ ଥାନାରୁ ଟେଲିଫୋନ୍‌ କରି କହିଛନ୍ତି ଯେ ଭୂମିକମ୍ପ ଖୁବ୍‌ ଶକ୍ତିଶାଳୀ ଥିବାରୁ ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା।

ଏବେ ଆମେ କ୍ଷୟକ୍ଷତି ସଂକ୍ରାନ୍ତ କୌଣସି ରିପୋର୍ଟ ପାଇ ନାହୁଁ। ବୋଧହୁଏ ସକାଳ ହେଲେ ଅଧିକ ଖବର ମିଳିବ। ତେଣୁ ଆମେ ଅପେକ୍ଷା କରିଛୁ। ଆସେ ଠିକ୍‌ ଠାକ୍‌ ଅଛୁ।
ସମୁଦ୍ର ମଧ୍ୟସ୍ଥ ଏହି ଭୂମିକମ୍ପ ରାବାଉଲ୍‌ର ପୂର୍ବକୁ ୫୦ କିଲୋମିଟର ଦୂର ଭୂଗର୍ଭର ମାତ୍ର ୧୦ କିଲୋମିଟର ଅଭ୍ୟନ୍ତରରେରେ ରାତି ୧୧ଟା ପୂର୍ବରୁ ସଂଘଠିତ ହୋଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍‌ ସର୍ଭେ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe