India TV News
ମୁମ୍ବାଇ: ସୋମବାର ସକାଳ ପ୍ରାୟ ୮ଟାରେ ମୁମ୍ବାଇରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୫ଥିବା ଜଣା ପଡ଼ିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ମୁମ୍ବାଇର ୧୦୨କିଲୋମିଟର ଉତ୍ତରରେ ଏହି ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି। ସୋମବାର ସକାଳେ ମୁମ୍ବାଇ ସହରରେ ହୋଇଥିବା ଭୂମିକମ୍ପ ଯୋଗୁଁ କାହାର ପ୍ରାଣହାନି କିମ୍ବା ଆହତ ହୋଇଥିବା ଖବର ମିଳିନାହିଁ।
ଏନସିଏସ୍ କହିଛି ଯେ, ଆଜି ହୋଇଥିବା ଭୂମିକମ୍ପର ତୀବ୍ରତା ୩.୫ଥିଲା। ଶନିବାର ଦିନ ମଧ୍ୟ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଚାରିଟି ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଏହି କମ୍ପନ ରେକର୍ଡ କରାଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।
English News Headlinesଶୁକ୍ରବାର ରାତି ୧୧.୪୧ ରେ ଦାହାନୁ ତହସିଲରେ ୪.୦ ତୀବ୍ରତାର ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିବାବେଳେ ଦ୍ୱିତୀୟଟି ତଳସରୀ ତହସିଲରେ ସକାଳ ୧୨.୦୫ରେ ରେକର୍ଡ କରାଯାଇଥିଲା, ଯାହାର ତୀବ୍ରତା ୩.୬ ରହିଥିଲା।
Follow Us