ପଞ୍ଜାବର ଅମୃତସରରେ ୪.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ

Advertisment
ପଞ୍ଜାବର ଅମୃତସରରେ ୪.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ

ଅମୃତସର: ରବିବାର ରାତିରେ ପଞ୍ଜାବର ଅମୃତସରରେ ୪.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି।

ରାତି ପ୍ରାୟ ୩.୪୨ ମିନିଟ୍‌ରେ ଭୂଗର୍ଭର ୧୨୦ କିଲୋମିଟର୍‌ ଅଭ୍ୟନ୍ତରରେ ସଂଘଠିତ ଏହି ଭୂମିକମ୍ପ ପ୍ରଭାବରେ ସମଗ୍ର ଅମୃତସରରେ କମ୍ପନ ଅନୁଭୂତ ହୋଇଥିବା କଥା ଜଣାପଡ଼ିଛି।

‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ କହିଛି, ପଞ୍ଜାବର ଅମୃତସରର ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ୧୪୫ କିଲୋମିଟର୍‌ ଦୂର ୩୧.୯୫ ଡିଗ୍ରି ଅକ୍ଷାଂଶ ଓ ୭୩.୩୮ ଡିଗ୍ରି ଦ୍ରାଘିମା ଅନ୍ତର୍ଗତ ଭୂଗର୍ଭର ୧୨୦ କିଲୋମିଟର୍‌ ଅଭ୍ୟନ୍ତରରେ ରାତି ୩:୪୨:୨୭ରେ ୪.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।

publive-image

ଏହା ପୂର୍ବରୁ ଶନିବାର ଦିନ ନେପାଳରେ ୫.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହେବା କାରଣରୁ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଭୀଷଣ କମ୍ପନ ଅନୁଭୂତ ହୋଇଥିଲା। କେବଳ ଦିଲ୍ଲୀ ନୁହେଁ, ନୂଆ ତେହ୍‌ରି, ପିଥୌରାଗଢ଼, ବାଗେଶ୍ବର, ପୌରି ଏବଂ ଅନ୍ୟାନ୍ୟ ଅଞ୍ଚଳ ସମେତ ଉତ୍ତରାଖଣ୍ଡର କେତେକ ପ୍ରାନ୍ତରେ ମଧ୍ୟ ଭୂକମ୍ପନ୍ନ ଅନୁଭୂତ ହୋଇଥିଲା। ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ମଧ୍ୟ ଉକ୍ତ ଭୂମିକମ୍ପର ପ୍ରକୋପ ଅନୁଭୂତ ହୋଇଥିଲା।

ଗତ ବୁଧବାର ଦିନ ମଧ୍ୟ ନେପାଳରେ ଆଉ ଗୋଟାଏ ଭୂମିକମ୍ପ ସଂଘଠିତ ହୋଇଥିଲା। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୬.୩। ଏହି ଭୂମିକମ୍ପ ପ୍ରଭାବରେ ଗୋଟାଏ ଘର ଭାଙ୍ଗି ଯିବାରୁ ଅନ୍ୟୂନ ୬ଜଣ ଲୋକ ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe