ଆଣ୍ଡାମାନ ସମୁଦ୍ର ଭିତରେ ୪.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ

Advertisment
ଆଣ୍ଡାମାନ ସମୁଦ୍ର ଭିତରେ ୪.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ

www.indiatoday.in

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବର ଦୀପପୁଞ୍ଜର ଆଣ୍ଡାମାନ ସମୁଦ୍ର ଭିତରେ ମଙ୍ଗଳବାର ୪.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ଏ ନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଏହି ଭୂମିକମ୍ପ ଭୋର୍‌ ୩.୪୦ ସମୟରେ ‌ହୋଇଥିଲା। ଏହି ଭୂକମ୍ପର ଗଭୀରତା ରହିଥିଲା ୭୭ କିଲୋମିଟର। ଜାତୀୟ ଭୂକମ୍ପ କେନ୍ଦ୍ର ଏକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ ଏହି ସୂଚନା ଦେଇଛି।

ପୂର୍ବରୁ ଜାନୁଆରି ୨୫ ତାରିଖରେ ନେପାଳରେ ୫.୮ ତୀବ୍ରତାର ଭୂକମ୍ପ ସଂଗଠିତ ହୋଇଥିଲା।  ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ଦିଲ୍ଲୀ ଓ ୟୁପି ସମେତ ଉତ୍ତର ଭାରତର ବିଭିନ୍ନ ଅଂଚଳରେ କମ୍ପନ ସୃଷ୍ଟି କରିଥିଲା। କମ୍ପନର କିଛି ସମୟ ପରେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଆହୁରି ୮ ଜଣ ଲୋକ ଭଗ୍ନ କୋଠା ତଳେ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ହ‌ସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe