ଇରାନ୍‌ରେ ୫.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ, ଅନ୍ୟୂନ ୨୫ଜଣ ଆହତ

Advertisment
ଇରାନ୍‌ରେ ୫.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ, ଅନ୍ୟୂନ ୨୫ଜଣ ଆହତ

Image Courtesy of Zee News

ଦୁବାଇ: ବୁଧବାର ରାତିରେ ଦକ୍ଷିଣପଶ୍ଚିମ ଇରାନ୍‌ ଅନ୍ତର୍ଗତ ସିସାଖତ୍‌ ସହର ପାଖରେ ସଂଘଠିତ ହୋଇଥିବା ୫.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ କାରଣରୁ ଅନ୍ୟୂନ ୨୫ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ଅନ୍ୟୂନ ୧୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ପୂର୍ବରୁ କୁହାଯାଇଥିଲା ବୋଲି ଏକ ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟ କରିଥିଲା। ଭୂମିକମ୍ପ ପରେ ପରେ ସ୍ଥାନୀୟ ଅଞ୍ଚଳରେ ଜଳ ଓ ବିଜୁଳି ଯୋଗାଣ ବ୍ୟାହତ ହୋଇଛି।

କୋଗିଲୁୟେ ଏବଂ ବୋୟର୍‌ ଅହମଦ୍‌ ପ୍ରଦେଶର ଜଣେ ସରକାରୀ ଅଧିକାରୀ କହିଛନ୍ତି, ସିସାଖତ୍‌ ଏବଂ ୟାସୁଜ୍‌ ସହରର ଲୋକେ ଛାନିଆରେ ଘରଦ୍ୱାର ଛାଡ଼ି ପଳାଇଛନ୍ତି। ସିସାଖତ୍‌ରେ ଜଳ ଓ ବିଜୁଳି ଯୋଗାଣ ବ୍ୟାହତ ହୋଇଛି।

publive-image Representative Image Courtesy of NDTV

ଦୁର୍ବିପାକ ଅଞ୍ଚଳକୁ ଉଦ୍ଧାରକାରୀ ଦଳ ଓ ଆମ୍ବୁଲାନ୍ସ ପଠାଯାଇଥିବା କଥା ସେ କହିଛନ୍ତି।

ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥା ‘ଇର୍‌ନା’ ରିପୋର୍ଟ ଅନୁସାରେ, ଏ ଅଞ୍ଚଳର କେତେକ ନଗର ଓ ସହରରେ ଅନୁଭୂତ ଏହି ଭୂମିକମ୍ପ ସ୍ଥାନୀୟ ସମୟ ରାତି ୧୦:୦୫ରେ ଭୂଗର୍ଭର ୧୦ କିଲୋମିଟର ଅଭ୍ୟନ୍ତରରେ ସଂଘଠିତ ହୋଇଥିଲା।

ଇରାନ୍‌ର ଜରୁରୀକାଳୀନ ଡାକ୍ତରୀ ବିଭାଗର ମୁଖ୍ୟ ପୀରହୋସେନ୍‌ କୋଲିବନ୍ଦ୍‌ କହିଛନ୍ତି, ଭୂମିକମ୍ପ ସିସାଖତ୍‌ ଉପକଣ୍ଠରେ ସଂଘଠିତ ହୋଇଛି। ଆଖପାଖ ଜନବସତିଗୁଡ଼ିକରେ କୌଣସି ଅସୁବିଧା ହୋଇନାହିଁ। କେହି ମରି ନାହାନ୍ତି। ପରିିସ୍ଥିତି ସ୍ଥିର ଅଛି। କିନ୍ତୁ, ୨୫ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ଭୂମିକମ୍ପ ସକ୍ରିୟ ଜୋନ୍‌ ଆରବ ଏବଂ ୟୁରେସିଆ ‘ଟେକ୍‌ଟୋନିକ୍‌ ପ୍ଲେଟ୍‌’ ସୀମାନ୍ତରେ ଅବସ୍ଥିତ ଥିବା କାରଣରୁ ଇରାନ୍‌ରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଥାଏ। ୮୫୬ ଖ୍ରୀଷ୍ଟାଦ୍ଦରେ ଇରାନ୍‌ରେ ହୋଇଥିବା ଭୂମିକମ୍ପ ଯୋଗୁଁ ପ୍ରାୟ ୨୦୦୦୦୦ ବ୍ୟକ୍ତି ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe