ପୂର୍ବ ଇଣ୍ଡୋନେସିଆରେ ଭୂମିକମ୍ପ: ରିକ୍ଟର୍‌ ସ୍କେଲ୍‌ରେ ତୀବ୍ରତା ୬. ୪

Advertisment
ପୂର୍ବ ଇଣ୍ଡୋନେସିଆରେ ଭୂମିକମ୍ପ: ରିକ୍ଟର୍‌ ସ୍କେଲ୍‌ରେ ତୀବ୍ରତା ୬. ୪

Image Courtesy of Crystalinks

ଜାକର୍ତ୍ତା: ସୋମବାର ପ୍ରତ୍ୟୁଷରେ ପୂର୍ବ ଇଣ୍ଡୋନେସିଆରେ ସଂଘଠିତ ହୋଇଛି ୬. ୪ ତୀବ୍ରତା ସମ୍ପନ୍ନ ଭୂମିକମ୍ପ। ଫଳତଃ ସେଠାରେ ଅଳ୍ପ ସମୟ ପାଇଁ ସୁନାମି ସତର୍କତା ଜାରି କରାଯିବା ପରେ ପୁଣି ତହା ହଟାଇ ଦିଆ ଯାଇଛି ବୋଲି ସେସ୍‌ମିକ୍‌ ମନିଟରିଙ୍ଗ୍‌ ଅର୍ଗାନାଇଜେସନ୍‌ କହିଛି।

ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ କହିଛି ଯେ ବଣ୍ଡା ସମୁଦ୍ରର ୧୭୧ କିଲୋମିଟର ଭୂଗର୍ଭରେ ଏହି ଭୂମିକମ୍ପ ସଂଘଠିତ ହୋଇଛି।

ଇଣ୍ଡିଆନ୍‌ ଓସେନ୍‌ ସୁନାମି ଓ୍ଵାର୍ଣ୍ଣିଙ୍ଗ୍‌ ଆଣ୍ଡ୍‌ ମିଟିଗେସନ୍‌ ସିଷ୍ଟମ୍‌ (ଆଇଓଟିଡବ୍ଲୁଏମ୍‌ଏସ୍‌) ପ୍ରଥମେ ସୁନାମି ସତର୍କତା ଜାରି କରିଥିଲା। ସେ ଯାହା ହେଉ, ଆଇଓଟିଡବ୍ଲୁଏମ୍‌ଏସ୍‌ ଦ୍ୱିତୀୟ ବୁଲେଟିନ୍‌ରେ କହିଛି କି, ଭାରତୀୟ ସମୁଦ୍ରରେ ଥିବା ଦେଶ ପ୍ରତି ସୁନାମି ବିପଦ୍‌ ନାହିଁ।

publive-image

ଇଣ୍ଡୋନେସିଆର ତାନିମ୍ବର୍‌ ଦ୍ୱୀପପୁଞ୍ଜ ଉତ୍ତର ପଶ୍ଚିମକୁ ୨୨୨ କିଲୋମିଟର ଦୂର ଏବଂ ମାଲୁକୁ ପ୍ରଦେଶର ରାଜଧାନୀ ଆମ୍ବୋନ ଠାରୁ ୩୮୦ କିଲୋମିଟର ଦୂରବର୍ତ୍ତୀ ବଣ୍ଡା ସମୁଦ୍ରସ୍ଥିତ ସ୍ୱଳ୍ପ ଲୋକ ବସବାସ କରୁଥିବା ଅଞ୍ଚଳ ହେଉଛି ଏହି ଭୂକମ୍ପ ଉତ୍ପତି ସ୍ଥଳ।

ଗତ ଫେବ୍ରୁଆରି ୨୬ ତାରିଖ ଦିନ ଆଜିର ଭୂମିକମ୍ପର ଉତ୍ପତିସ୍ଥଳ ପାଖାପାଖି ଅଞ୍ଚଳରେ ୬. ୧ ତୀବ୍ରତା ସମ୍ପନ୍ନ ଏକ ଭୂମିକମ୍ପ ସଂଘଠିତ ହୋଇଥିଲେ ମଧ୍ୟ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe