ଉତ୍ତର ପ୍ରଦେଶର ଅଯୋଧ୍ୟା ନିକଟରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ

Advertisment
ଉତ୍ତର ପ୍ରଦେଶର ଅଯୋଧ୍ୟା ନିକଟରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ

Image Courtesy of Zee News

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟା ନିକଟରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା ରିକ୍ଟର୍‌ ସ୍କେଲ୍‌ରୁ ଜଣାପଡ଼ିଛି ବୋଲି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ (ଏନ୍‌ସିଏସ୍‌) ଆଜି ସୂଚନା ଦେଇଛି।

‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିବା ଅନୁସାରେ, ଅଯୋଧ୍ୟା ଠାରୁ ୧୭୬ କିଲୋମିଟର୍‌ ଦୂର ଉତ୍ତର-ଉତ୍ତରପୂର୍ବ ଦିଗରେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା। ଟୁଇଟ୍‌ କରି ‘ଏନ୍‌ସିଏସ୍‌’ କହିଛି, ୨୦୨୨ ଜାନୁଆରି ୬ ତାରିଖ ରାତି ୧୧:୫୯:୨୨ରେ ଅକ୍ଷାଂଶ ୨୮.୧୪ ଏବଂ ଦ୍ରାଘିମା ୮୩.୧୪ ଅନ୍ତର୍ଗତ ଉତ୍ତର ପ୍ରଦେଶର ଅଯୋଧ୍ୟା ଠାରୁ ୧୭୬ କିଲୋମିଟର୍‌ ଦୂର ଉତ୍ତର-ଉତ୍ତରପୂର୍ବ ଦିଗକୁ ଭୂଗର୍ଭର ୧୫ କିଲୋମିଟର୍‌ ଗଭୀରରେ ୪.୩ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe