ଇଣ୍ଡୋନେସିଆରେ ବଡ଼ ଧରଣର ଭୂକମ୍ପ: ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭

Advertisment
ଇଣ୍ଡୋନେସିଆରେ ବଡ଼ ଧରଣର ଭୂକମ୍ପ: ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭

CNN.com

ସିଙ୍ଗାପୁର: ଇଣ୍ଡୋନେସିଆର ସୁଲାେଓ୍ଵସୀ ଦ୍ୱୀପରେ ଶୁକ୍ରବାର ୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ବୋଲି ୟୁନାଇଟେଡ୍‌ ଷ୍ଟେଟ୍‌ସ ଜିଓଲୋଜିକାଲ୍‌ ସର୍ଭେ(ୟୁଏସ୍‌ଜିସି) ପକ୍ଷରୁ ସୂଚନା ମିଳିଛି। ଏହି ଭୂକମ୍ପରେ କେହି ମୃତାହତ ହୋଇଥିବା କିମ୍ବା କୌଣସି ପ୍ରକାରର କ୍ଷୟକ୍ଷତିର ରିପୋର୍ଟ ଏଯାବତ୍‌ ହସ୍ତଗତ ହୋଇନାହିଁ। ଏଜେନ୍ସି ପକ୍ଷରୁ ହସ୍ତଗତ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ଇଣ୍ଡୋନେସିଆର ଗୋରୋନ୍ତଲ ପ୍ରାନ୍ତଠାରୁ ୨୮୦ କିଲୋମିଟର (୨୭ ମାଇଲ୍‌) ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି।

ଏହି ଦୀପ ରାଷ୍ଟ୍ର ହେଉଛି ଦୁନିଆର ସର୍ବାଧିକ ଭୂକମ୍ପ ପ୍ରବଣ ରାଷ୍ଟ୍ର। ଏଠାରେ ରହୁଥିବା ୨୬୦ ମିଲିୟନ୍‌ ଲୋକେ ସବୁବେଳେ ଭୂକମ୍ପ, ସୁନାମୀ ଓ ଅଗ୍ନଉଦଗୀରଣ ଭୟରେ ରହିଥାନ୍ତି।

ଗତ ବର୍ଷ  ଇଣ୍ଡୋନେସିଆ ସବୁଠାରୁ ବଡ଼ ବିପର୍ଯ୍ୟୟର ସାମ୍ନା କରିଥିଲା। ୨୦୧୮ ମସିହାରେ ହୋଇଥିବା ଭୂକମ୍ପ-ସୁନାମୀରେ ୨୭ ଶହରୁ ଊର୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୦ ହଜାରରୁ ଊର୍ଧ୍ୱ  ଆକ୍ରାନ୍ତ ହୋଇଥିଲେ। ଗତ ଥର ହୋଇଥିବା ଭୂକମ୍ପର ତୀବ୍ରତା ୭.୫ ରହିଥିଲା।

ଉଲ୍ଲେଖଯୋଗ୍ୟ, ୨୦୧୩ ମସିହାରେ ସୁମାତ୍ରା ଆଇଲ୍ୟାଣ୍ଡ୍‌ରେ ହୋଇଥିବା ଭୂକମ୍ପ ହେତୁ ଭାରତ ମହାସାଗରେ ଉପୁଜିଥିବା ସୁନାମୀରେ ୧୩ ଦେଶର ୨୨୬,୦୦୦ ଲୋକଙ୍କ ଜୀବନ ଯାଇଥିଲା। ୧୨୦,୦୦୦ରୁ ଊର୍ଧ୍ୱ ଲୋକ ଇଣ୍ଡୋନେସିଆର ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe