Tribune India
ପେରୁ : ଗତକାଲି ଦକ୍ଷିଣ-ପୂର୍ବ ପେରୁରେ ୭.୨ ତିବ୍ରତାର ଏକ ଶକ୍ତ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ଗଭୀରତା ୨୧୮ କିଲୋମିଟର ରହିଥିବାବେଳେ ଏଥିରେ କୌଣସି ଜୀବନହାନି ହୋଇଥିବା ରିପୋର୍ଟ ମିଳିନାହିଁ। ସେହିଭଳି ଇଣ୍ଡୋନେସିଆରେ ୬.୫ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ ମାଲୁକୁ ଠାରୁ ୮୫ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିଲା ଏବଂ ଗଭୀରତା ୧୦୪ କିଲୋମିଟର ରହିଥିଲା। ସୁନାମୀର କୌଣସି ଆଶଙ୍କା ନଥିବା ପାଣିପାଗ ଏବଂ ଭୂବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି।
Follow Us