ଦିଲ୍ଲୀ-ଏନସିଆରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୫

ଦିଲ୍ଲୀ-ଏନସିଆରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୫

ନୂଆଦିଲ୍ଲୀ: କିଛି ମିନିଟ୍ ପୂର୍ବରୁ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଖବର ମିଳିଛି। କରୋନା ପାଇଁ ଲୋକ ଭୟଭୀତ ରହିଥିବା ବେଳେ ଜାତୀୟ ରାଜଧାନୀ ଅଞ୍ଚଳରେ ହଠାତ ପୂର୍ବ ଦିଲ୍ଲୀରେ ଭୂକମ୍ପନ ଅନୁଭୂତ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି | ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି | ତେବେ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ବିଷୟରେ ଏ ପର୍ଯ୍ୟନ୍ତ କୌଣସି ଅଧିକ ସୂଚନା ମିଳିପାରି ନାହିଁ |

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଅପରାହ୍ନ ୫.୪୫ ମିନିଟ ସମୟରେ ଏହି ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ର ଦିଲ୍ଲୀ ଏନସିଟିର ୮ କିଲୋମିଟର ଗଭୀରରେ ଥିଲା। କିଛି ସେକେଣ୍ଡ ପାଇଁ କମ୍ପନ ଅନୁଭୂତ ହୋଇଥିଲା ଏବଂ ଚିତ୍କାର କରି ଲୋକମାନେ ବାହାରକୁ ଆସିଲେ। ପୂର୍ବ ଦିଲ୍ଲୀର ଜନୈକ ବାସିନ୍ଦା ଏସ ଦାମଲେ କହିଛନ୍ତି,ମୁଁ ଅନୁଭବ କଲି ଯେ ମୋର ଚେୟାର ଥରି ଉଠୁଛି ଏବଂ ସେଠାରେ ଏକ ବିକଟାଳ ଶବ୍ଦ ଶୁଣାଗଲା। ଏହା ପ୍ରକୃତରେ ଭୟ ଉଦ୍ରେକକାରୀ ଥିଲା। ଭୂକମ୍ପ କେନ୍ଦ୍ର ଅକ୍ଷାଂଶ ୨୮.୭ ଉତ୍ତର ଏବଂ ଦ୍ରାଘିମା ୭୭.୨ ପୂର୍ବରେ ଅବସ୍ଥିତ |

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, ଦିଲ୍ଲୀରେ ଭୂକମ୍ପନ ଅନୁଭୂତ ହୋଇଛି। ଆଶା କରୁଛି ସମସ୍ତେ ସୁରକ୍ଷିତ ଅଛନ୍ତି। ମୁଁ ଆପଣଙ୍କ ପ୍ରତ୍ୟେକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି।

"ଆମେ ଟିଭି ଦେଖୁଥିଲୁ ଏବଂ ହଠାତ୍ କମ୍ପନ ଅନୁଭବ କରିଥିଲୁ। ଆମେ ଘରୁ ଦଉଡ଼ି ପଳାଇଥିଲୁ। ଆମ ପଡୋଶୀମାନେ ମଧ୍ୟ ବିକଳରେ ବାହାରକୁ ଚାଲି ଆସିଥିଲେ ବୋଲି ଜନୈକ ଦିଲ୍ଲୀବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe