Image Source: Zee News
ଜମ୍ମୁ: କଟକଣା କୋହଳ କରାଗଲେ କଶ୍ମୀର ଉପତ୍ୟକାରେ ଭାରତ ବିରୋଧୀ କାର୍ଯ୍ୟକଳାପ ଆରମ୍ଭ ହେବ ବୋଲି ବୁଧବାର ଦିନ ଗୁଇନ୍ଦା ଏଜେନ୍ସି କହିଛି।
ଆଜି ଜମ୍ମୁ ଓ କଶ୍ମୀରର କେତେକ ଅଞ୍ଚଳରେ ବ୍ରଡ୍ବ୍ୟାଣ୍ଡ୍ ଓ ଟୁ-ଜି ଇଣ୍ଟର୍ନେଟ୍ ସେବା ଆଂଶିକ କାର୍ଯ୍ୟକ୍ଷମ କରାଯାଇଛି। ଏହି ମର୍ମରେ ଗୁଇନ୍ଦା ଏଜେନ୍ସି କହିଛି ଯେ ଇଣ୍ଟର୍ନେଟ୍ ସେବା ଓ ଅନ୍ୟାନ୍ୟ କଟକଣା କୋହଳ କରାଯିବା ଫଳରେ କଶ୍ମୀର ଉପତ୍ୟକାରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଆରମ୍ଭ ହେବ। ଉପତ୍ୟକାରେ ପୂର୍ଣ୍ଣରୂପେ ଇଣ୍ଟର୍ନେଟ୍ ସେବା ଚାଲିଲେ ଏହାର ଫାଇଦା ନେବାକୁ ପାକିସ୍ତାନ ମଧ୍ୟ ଯୋଜନା କରୁଛି ବୋଲି ଗୁଇନ୍ଦା ଏଜେନ୍ସି କହିଛି।
ବିଗତ ମାସମାନଙ୍କରେ ସୀମାପାରି ଅନୁପ୍ରବେଶ ଉଲ୍ଲେଖଯୋଗ୍ୟ ସଂଖ୍ୟାରେ ହ୍ରାସ ପାଇଛି। ଭାରତ ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୯ ନଭେମ୍ବର ସୁଦ୍ଧା ୨୦୨ଟି ଅନୁପ୍ରବେଶ ଉଦ୍ୟମ ହୋଇଛି। ୨୦୧୮ରେ ଏହି ସମୟ ସୁଦ୍ଧା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ୩୨୮ ଥର ଅନୁପ୍ରବେଶ ଉଦ୍ୟମ କରିଥିଲେ।
Image Source: India Todayଆଫଗାନିସ୍ତାନରୁ ଯୁକ୍ତରାଷ୍ଟ୍ର ଆମେରିକା ସୈନ୍ୟ ପ୍ରତ୍ୟାହାର କରି ନେଇଯିବା ପରେ ପାକିସ୍ତାନ ତାଲିବାନ ଲଢୁଆମାନଙ୍କୁ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲଗାଇବା ବୋଲି ଗୁଇନ୍ଦା ମଧ୍ୟ କହିଛି।
ଇଣ୍ଟର୍ନେଟ୍ ସେବା ପୁଣି ଚାଲୁ ହେବା ପରେ କଶ୍ମୀର ଉପତ୍ୟକାର ପରିସ୍ଥିତି ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ଗୃହମନ୍ତ୍ରାଳୟ ବିଏସ୍ଏଫ୍, ର’, ସିଆର୍ପିଏଫ ଏବଂ ଭାରତୀୟ ସେନାବାହିନୀକୁ କହିଛି।
Follow Us