ଜ୍ୟୋତି ଗିରଫ ହେବାପରେ କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା; ଷ୍ଟେସନଗୁଡ଼ିକର ଫଟୋ ଓ ଭିଡିଓ ତିଆରି ଉପରେ ଲାଗିଲା କଟକଣା

ପୂର୍ବ ରେଳବାଇର ଜଣେ ମୁଖପାତ୍ର କହିଛନ୍ତି, "ଷ୍ଟେସନ୍ ପରିସର ଏବଂ ପ୍ଲାଟଫର୍ମର ଫଟୋଗ୍ରାଫ୍ କିମ୍ବା ଭିଡିଓ ନେବା ଉପରେ କଟକଣା ଲାଗୁ ହୋଇଛି। କିଛିଦିନ ହେବ ଦେଶରେ ଦେଖାଦେଇ ପରିସ୍ଥିତି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଅଦ୍ୟତନ ହୋଇଛି
ଦୗଯଦଯ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କ ମାମଲାକୁ ଧ୍ୟାନରେ ରଖି ରେଳବାଇ ଏକ ବଡ଼ ପଦକ୍ଷେପ ନେଇଛି।

ଜାତୀୟ ସୁରକ୍ଷାକୁ ଦୃଷ୍ଟି ଦେଇ ପୂର୍ବ ରେଳବାଇ ସମସ୍ତ ବ୍ଲଗର ଏବଂ ୟୁଟ୍ୟୁବରଙ୍କୁ ତାଙ୍କ ଅଧୀନସ୍ଥ ଷ୍ଟେସନଗୁଡ଼ିକର ବିସ୍ତୃତ ଫଟୋଗ୍ରାଫ୍ କିମ୍ବା ଭିଡିଓ ତିଆରି ନକରିବାକୁ ଅନୁରୋଧ କରିଛି।

ପୂର୍ବ ରେଳବାଇର ଜଣେ ମୁଖପାତ୍ର କହିଛନ୍ତି, "ଷ୍ଟେସନ୍ ପରିସର ଏବଂ ପ୍ଲାଟଫର୍ମର ଫଟୋଗ୍ରାଫ୍ କିମ୍ବା ଭିଡିଓ ନେବା ଉପରେ କଟକଣା ଲାଗୁ ହୋଇଛି। କିଛିଦିନ ହେବ ଦେଶରେ ଦେଖାଦେଇ ପରିସ୍ଥିତି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ତେବେ କିଛି ବିଶେଷ ପରିସ୍ଥିତିରେ ଫଟୋ ଓ ଭିଡିଓ ପାଇଁ ଅନୁମତି ଦିଆଯିବ। ଯେମିତି କି ଗଣମାଧ୍ୟମ କିମ୍ବା ନ୍ୟୁଜ୍ ଚ୍ୟାନେଲଗୁଡ଼ିକୁ ଯଦି କୌଣସି କାର୍ଯ୍ୟକ୍ରମ କଭରେଜ୍ କରିବାକୁ ପଡେ ତେବେ ସେମାନଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଅନୁମତି ଦିଆଯିବ।  କିନ୍ତୁ ସାଧାରଣ ନାଗରିକମାନଙ୍କୁ ଏଣିକି ଷ୍ଟେସନ କିମ୍ବା ଷ୍ଟେସନ ପରିସରର ଫଟୋ ଉଠାଇବା କିମ୍ବା ଭିଡିଓ ତିଆରି କରିବାର ଅନୁମତି ଦିଆଯିବ ନାହିଁ। 

ଏପରି କଟକଣା ପୂର୍ବରୁ ଜାରି ରହିଛି କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ କଡ଼ାକଡ଼ି ପାଳନ କରିବା ଆବଶ୍ୟକ ହୋଇପଡ଼ିଛି। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe