ପାକିସ୍ତାନୀଙ୍କ ପାଇଁ କୋହଳ ଭିସା ନିୟମ: ୟୁନୁସ୍‌ ସରକାରଙ୍କ ନୂଆ ନୀତି

ଶେଖ ହସିନାଙ୍କ କ୍ଷମତାଚ୍ୟୁତ ପରେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଚଳାଚଳ ବ୍ୟବସ୍ଥା ବୃଦ୍ଧି ପାଇଛି। ଏବେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀ ସରକାର ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ନିୟମକୁ କୋହଳ କରିଛନ୍ତି। ଫଳରେ ପାକିସ୍ତାନୀଙ୍କ ପାଇଁ ବାଂଲାଦେଶ ଯାତ୍ରା କରିବା ସହଜ ହୋଇଛି...

Yunus Govt's New Policy

Yunus Govt's New Policy Photograph: (Sambad.in)

ଇସଲାମାବାଦ: ବାଂଲାଦେଶର ମହମ୍ମଦ ୟୁନୁସ୍ ସରକାର ପାକିସ୍ତାନ ପାଇଁ ଦ୍ୱାର ଖୋଲିଛନ୍ତି। ଢାକା ପକ୍ଷରୁ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ପ୍ରତିବନ୍ଧକକୁ କୋହଳ କରାଯାଇଛି। ଏହି କାରଣରୁ ବର୍ତ୍ତମାନ ପାକିସ୍ତାନୀମାନଙ୍କ ପାଇଁ ବାଂଲାଦେଶ ଯାତ୍ରା କରିବା ସହଜ ହୋଇଛି।

ପାକିସ୍ତାନୀ ଗଣମାଧ୍ୟମ ଦି ଟ୍ରିବ୍ୟୁନ୍ ଏନେଇ ସୂଚନା ଦେଇଛି ଯେ, ବାଂଲାଦେଶର ରାଷ୍ଟ୍ରଦୂତ ମହମ୍ମଦ ଇକବାଲ ଖାନ ଲାହୋର ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି।  ସେ ପାକିସ୍ତାନର ଶିଳ୍ପପତିମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ଗତ ବର୍ଷ ଶେଖ ହସିନା ସରକାରଙ୍କ ପତନ ପରେ ଗଠିତ ହୋଇଥିବା ବାଂଲାଦେଶର ମହମ୍ମଦ ୟୁନୁସ୍ ସରକାର ପାକିସ୍ତାନ ସହ ଘନିଷ୍ଠତା ବଢ଼ାଉଛନ୍ତି।

ଲାହୋର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଲସିସିଆଇ)ରେ ତାଙ୍କ ଅଭିଭାଷଣରେ ବାଂଲାଦେଶ ରାଷ୍ଟ୍ରଦୂତ ମହମ୍ମଦ ଖାନ ଲାହୋରର ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଶଂସା କରିଛନ୍ତି। ଖାନ କହିଛନ୍ତି, ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧିରେ ଲାହୋର ଚାମ୍ବର ଅଫ୍ କମର୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ବାଂଲାଦେଶର ଲୋକମାନେ ପାକିସ୍ତାନକୁ ବହୁତ ସମ୍ମାନ କରନ୍ତି ଏବଂ ଉଭୟ ଦେଶ ପାଇଁ ସେମାନଙ୍କର ଆର୍ଥିକ ତଥା ବାଣିଜ୍ୟିକ ସମ୍ପର୍କକୁ ମଜବୁତ କରିବା ଗୁରୁତ୍ୱପୂର୍ଣ୍ଣ।

ଭିସା ନିୟମ ପରିବର୍ତ୍ତନକୁ ବ୍ୟାଖ୍ୟା କରି ଇକବାଲ ଖାନ କହିଛନ୍ତି, ବାଂଲାଦେଶ ପାକିସ୍ତାନୀମାନଙ୍କ ପାଇଁ ଭିସା ନିୟମକୁ ସହଜ କରିଛି। ବର୍ତ୍ତମାନ ପାକିସ୍ତାନର ନାଗରିକମାନେ ଅନଲାଇନରେ ଭିସା ପାଇଁ ଆବେଦନ କରିପାରିବେ। ଏହି ସମୟରେ, ଏଲସିସିଆଇ ସଭାପତି ମିଆନ ଆବୁ ଜାର ଶାଦ କହିଛନ୍ତି ଯେ, ଖୁବ ଶୀଘ୍ର ପାକିସ୍ତାନ ପ୍ରତିନିଧି ଦଳ ବାଂଲାଦେଶ ଗସ୍ତ କରି ସୁଯୋଗ ଅନ୍ୱେଷଣ କରିବେ।

ବାଂଲାଦେଶର ଏହି ପଦକ୍ଷେପ ପରେ ଏବେ ଭାରତ ବିରୋଧୀଙ୍କ ପାଇଁ ଢାକାରେ ପ୍ରବେଶ କରିବା ସହଜ ହୋଇଛି। ଦୀର୍ଘ ଦିନ ଧରି ବାଂଲାଦେଶରେ ପ୍ରବେଶ କରିବାକୁ ପାକିସ୍ତାନ ଚେଷ୍ଟା କରୁଥିଲା ​​କିନ୍ତୁ ଶେଖ ହସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ବର୍ତ୍ତମାନ ହସିନା ସରକାରଙ୍ ପତନ ପରେ ପାକିସ୍ତାନ ପାଇଁ ସୁଯୋଗ ଖୋଲିଛି। ଏଥିରେ ୟୁନୁସ୍ ସରକାର ଖୋଲାଖୋଲି ଭାବେ ପାକିସ୍ତାନକୁ ସାହାଯ୍ୟ କରୁଛନ୍ତି। ଢାକାରେ ପାକିସ୍ତାନର ଉପସ୍ଥିତି ଉତ୍ତର-ପୂର୍ବରେ ଭାରତ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। 

ଅଧିକ ପଢ଼ନ୍ତୁ: ଲସ୍ ଆଞ୍ଜେଲସ ନିଆଁ ଦେଖି ଇରାନ ଶତ୍ରୁତା ଭୁଲିଲା: ସହାୟତାର ହାତ ବଢ଼ାଇଲା ଇରାନର ରେଡ୍ କ୍ରେସେଣ୍ଟ ସୋସାଇଟିର ସ

ଗତ ବର୍ଷ ଅଗଷ୍ଟରେ ହୋଇଥିବା ହିଂସାତ୍ମକ ବିରୋଧ ପରେ ଶେଖ ହସିନାଙ୍କ ଇସ୍ତଫା ଏବଂ ଦେଶ ଛାଡିବା ପରେ ଆସିଥିବା ମଧ୍ୟବର୍ତ୍ତୀ ସରକାର କ୍ଷମତାକୁ ଆସିବା ମାତ୍ରେ ପାକିସ୍ତାନ ସହ ଚଳାଚଳା ଆରମ୍ଭ କରିଥିଲେ। ୧୯୭୧ ମସିହାରେ ବାଂଲାଦେଶ ଗଠନ ପରେ ପ୍ରଥମ ଥର ପାଇଁ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସମ୍ପର୍କ ଆରମ୍ଭ ହୋଇଥିଲା। ଏଥି ସହିତ ଆସନ୍ତା ଫେବୃଆରୀରେ ବାଂଲାଦେଶ ନୌସେନା ପାକିସ୍ତାନର ବହୁରାଷ୍ଟ୍ରୀୟ ସମରାଭ୍ୟାସ ‘ଅମନ’ରେ ଭାଗ ନେବାକୁ ଯାଉଛି।

ଅଧିକ ପଢ଼ନ୍ତୁ: ବାହାନଗା ବଜାରରେ ତେଲଙ୍ଗା କଟୁରିରେ ଆକ୍ରମଣ ଘଟଣାରେ ୪ ଜଣ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe