ଜମ୍ମୁ-କଶ୍ମୀରରେ ୪.୧ତୀବ୍ରତାର ଭୂମିକମ୍ପ ଅନୁଭୂତ

Advertisment
ଜମ୍ମୁ-କଶ୍ମୀରରେ ୪.୧ତୀବ୍ରତାର ଭୂମିକମ୍ପ ଅନୁଭୂତ

TwistArticle

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ୪.୧ତୀବ୍ରତାର ଭୂମିକମ୍ପ ଅନୁଭୂତ। ଶନିବାର ଭୋର ସମୟ ୪ଟା ୨୯ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣା ପଡ଼ିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ପହଲଗାମ ନିକଟରେ ୪ଟା ୨୯ମିନିଟରେ ମଧ୍ୟରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପର ପ୍ରକୃତ କେନ୍ଦ୍ରସ୍ଥଳ ଜଣା ପଡି ନାହିଁ। ଏହା ସହ ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବର ମିଳିନାହିିଁ।

publive-image Zee News

ଏହାପୂର୍ବରୁ ସୋମବାର ଦିନ ଜମ୍ମୁ-କଶ୍ମୀରରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ସକାଳ ୬ଟା ୫୪ମିନିଟରେ ହାନଲିର ୫୧କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ କମ୍ପନ ଅନୁଭୂତ ହୋଇଥିବା ଜଣା ପଡ଼ିଥିଲା। ତେବେ ଗତ କିଛି ଦିନ ମଧ୍ୟରେ ଦେଶର ଅନେକ କୋଣରେ ମୃଦୁ ଭୂମିକମ୍ପ ଅନୁଭୂତ ହେଉଥିବା ଦେଖାଯାଉଛି। ମୁମ୍ବାଇ ଓ ଦିଲ୍ଲୀରେ ଗତ ୫ମାସ ମଧ୍ୟରେ ଏକାଧିକ ଥର ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଥିଲା। କିଛି ଦିନ ତଳେ ଦିଲ୍ଲୀରେ ହେଉଥିବା ମୃଦୁ ଭୂମିକମ୍ପକୁ ନେଇ ଆଗକୁ ଏକ ବଡ଼ ଭୂମିକମ୍ପ ହୋଇପାରେ ବୋଲି ଆକଳନ କରିଥିଲେ ବିଶେଷଜ୍ଞ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe