(representational immage) times of india
ନୂଆଦିଲ୍ଲୀ: ମଙ୍ଗଳବାର ରାତି ପ୍ରାୟ ୧୦.୧୭ରେ ଭୂକମ୍ପରେ ଆଫଗାନିସ୍ତାନର ହିନ୍ଦୁକୁଶ ପାର୍ବତ୍ୟାଞ୍ଚଳ ଥରି ଉଠିଛି। ପାକିସ୍ତାନ ସହିତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ଥିଲା।
ସେହିପରି ଯୁକ୍ତରାଷ୍ଟ୍ରର ଭୂତତ୍ତ୍ବ ସର୍ଭେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଆଫଗାନିସ୍ତାନର ଜୁର୍ମ ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳଠାରୁ ଆଫଗାନିସ୍ତାନର ଦକ୍ଷିଣପୂର୍ବରେ ଥିବା ଫୈଜାବାଦ ପର୍ଯ୍ୟନ୍ତ ଏହା ଅନୁଭୂତ ହୋଇଛି। ବିଶେଷ କରି ଉତ୍ତର ଭାରତର ଜମ୍ମୁ ଓ କଶ୍ମୀର, ହରିଆନା, ପଞ୍ଜାବ, ରାଜସ୍ଥାନ ଓ ଦିଲ୍ଲୀରେ ବି ଏହାର ପ୍ରଭାବ ପଡିଛି। ଭୂକମ୍ପ ବେଳେ ଅନେକ କୋଠା ଥରି ଉଠିଥିବାବେଳେ ଲୋକେ ଖୋଲା ସ୍ଥାନକୁ ଦୌଡି ଆସିଥିବା ଦେଖାଯାଇଥିଲା। ତେବେ କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସୂଚନା ମିଳିନାହିଁ।
Follow Us