ନୂଆଦିଲ୍ଲୀ: ଭୋଟ୍ ଗଣନା ଚାଲିଥିବା ବେଳେ ୫ଟି ରାଜ୍ୟରେ ବିଜୟ ଶୋଭାଯାତ୍ରା ପାଇଁ ଆଜି ନିର୍ବାଚନ କମିସନ୍ ଅନୁମତି ଦେଇଛି। ସଂଶୋଧିତ ମାର୍ଗଦର୍ଶିକାରେ ନିର୍ବଚାନ କମିସନ୍ କହିଛି, ବିଜୟ ପଟୁଆର ପାଇଁ ଜାରି ସମ୍ପୂର୍ଣ୍ଣ ନିଷେଧାଦେଶକୁ ପ୍ରତ୍ୟାହାର କରି ନିଆଯାଇଛି।
ଏ ସଂକ୍ରାନ୍ତରେ ଜାରି ବିବୃତିରେ ନିର୍ବାଚନ କମିସନ୍ କହିଛି, ଉପରୋକ୍ତ ରାଜ୍ୟଗୁଡ଼ିକରେ ସାମ୍ପ୍ରତିକ କୋଭିଡ୍-୧୯ ପରିସ୍ଥିତିକୁ ବିଚାର କରି ‘ପୋଲ୍ ପାନେଲ୍’ ଭୋଟ୍ ଗଣତି ସମୟରେ ଓ ଭୋଟ୍ ଗଣନା ପରେ ଆୟୋଜନ ହେଉଥିବା ବିଜୟ ପଟୁଆର ଉପରୁ ନିଷେଧାଦେଶ ଉଠାଇ ଦେଇଛନ୍ତି।
Image Courtesy of Business Standardନିର୍ବାଚନ ସମୟରେ ଉପରୋକ୍ତ ରାଜ୍ୟମାନଙ୍କରେ କୋଭିଡ୍ ପରିସ୍ଥିତିରେ ସୁଧାର ଘଟିବାରୁ ନିର୍ବାଚନ କମିସନ୍ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରମାନଙ୍କ ପରାମର୍ଶକ୍ରମେ ଧୀରେ ଧୀରେ ବିଭିନ୍ନ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଥିବା କଥା ଉକ୍ତ ବିବୃତିରେ ଉଲ୍ଲେଖ ଅଛି।
ଏହି କୋହଳ କିନ୍ତୁ, ସମ୍ପୃକ୍ତ ଜିଲ୍ଲା କର୍ତ୍ତୃପକ୍ଷ ଜାରି କରିଥିବା ‘ଏସ୍ଡିଏମ୍ଏ’ ଏବଂ ସୁରକ୍ଷାତ୍ମକ ନିର୍ଦେଶାବଳୀକୁ ଆଧାର କରି ଲାଗୁ କରାଯିବ।
Follow Us