ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରା ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନ

ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରା ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନ

Image Courtesy of India.com

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତର ନିର୍ବାଚନ କମିସନ ତିନୋଟି ଉତ୍ତରପୂର୍ବ ରାଜ୍ୟ- ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି।

ଫେବ୍ରୁଆରି ୨ ତାରିଖ ଦିନ ମେଘାଳୟ ଏବଂ ନାଗାଲାଣ୍ଡରେ ଭୋଟ୍‌ ଗ୍ରହଣ କରାଯିବ। ଫେବ୍ରୁଆରି ୧୮ ତାରିଖ ଦିନ ତ୍ରିପୁରାରେ ଭୋଟ୍‌ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନ କହିଛନ୍ତି।

ତିନୋଟି ରାଜ୍ୟର ଭୋଟ ଗଣନା ମାର୍ଚ ତିନି ତାରିଖରେ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିସନର୍‌ ଏ କେ ଜୋତି ଘୋଷଣା କରିଛନ୍ତି।
ଆଜି ଠାରୁ ତିନୋଟିଯାକ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଗଲା।

ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରା- ୬୦ ସଦସ୍ୟ ବିଶିଷ୍ଟ ଏହି ତିନି ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ ୬, ୧୩ ଏବଂ ୧୪ରେ ଶେଷ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe